ଭୁବନେଶ୍ୱରରେ ୨୧ରୁ ଗର୍ଭବତୀଙ୍କୁ ଟିକା

  • ଭୁବନେଶ୍ୱର: ଭୁବନେଶ୍ୱରରେ ଗର୍ଭବତୀଙ୍କ ପାଇଁ ଜୁଲାଇ ୨୧ ତାରିଖରୁ ଟିକାକରଣ ଆରମ୍ଭ କରାଯିବ। ସେମାନଙ୍କୁ କୋଭାକ୍ସିନ୍ ଟିକା ଦିଆଯିବ। ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
    କ୍ୟାପିଟାଲ୍ ହସ୍ପିଟାଲ ସମେତ ଭୁବନେଶ୍ୱରରେ ଥିବା ସମସ୍ତ ୟୁପିଏଚ୍ସି (ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ଓ ୟୁସିଏଚ୍ସି (ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର)ରେ ଗର୍ଭବତୀଙ୍କୁ ଟିକା ଦିଆଯିବ। ସପ୍ତାହରେ ଦୁଇ ଦିନ ବୁଧବାର ଓ ଶନିବାର ଦିନ ୧୧ରୁ ୧ଟା ମଧ୍ୟରେ ସେମାନଙ୍କୁ ଟିକା ଦିଆଯିବ। ସେଠାରେ ଗର୍ଭବତୀମାନେ ଆବଶ୍ୟକ ପ୍ରମାଣପତ୍ର ଦେଖାଇ ଟିକା ନେଇପାରିବେ।