ଅନୁଭବଙ୍କୁ ମିଳିଲା ବିବାହ ବିଚ୍ଛେଦ ଅନୁମତି

କଟକ,ଏନ୍‌ଏନ୍‌ଏସ୍‌: ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାହ ବିଚ୍ଛେଦ ମାମଲାରେ ବଡ଼ ଅପଡ଼େଟ ସାମ୍ନାକୁ ଆସିଛି । ଶେଷରେ ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ପରିବାର ଅଦାଲତ ଅନୁଭବଙ୍କ ଆବେଦନ ଖାରଜ କରିଥିଲେ । ସେଥିପାଇଁ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ ହାଇକୋର୍ଟ ପରିବାର ଅଦାଲତ ରାୟଙ୍କୁ ମଧ୍ୟ ଖାରଜ କରି ଦେଇଛନ୍ତି ।