ବାହା ହେବେ ରଣଦୀପ

ମୁମ୍ବାଇ: ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଘୋଷଣା କରିଛନ୍ତି । ଆଜ୍ଞା ହଁ, ରଣଦୀପ ତାଙ୍କ ଗାର୍ଲଫ୍ରେଣ୍ଡ ଲିନ ଲେଶରାମଙ୍କ ସହ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ରଣଦୀପ ସୋସିଆଲ ମିଡିଆରେ ବିବାହ କାର୍ଡ ସେୟାର କରି ଫ୍ୟାନଙ୍କୁ ସମସ୍ତ ସୂଚନା ପ୍ରଦାନ କରିଛନ୍ତି ।

ରଣଦୀପ ନଭେମ୍ବର ୨୯ ତାରିଖରେ ଲିନ ଲେଶରାମଙ୍କୁ ବିବାହ କରିବେ । ଏହି ଯୋଡ଼ି ମଣିପୁରର ଇମ୍ଫାଲରେ ୭ ଫେରା ନେବେ । ଲିନଙ୍କଠାରୁ ରଣଦୀପ ୧୦ ବର୍ଷ ବଡ଼ । ରଣଦୀପଙ୍କୁ ଏବେ ୪୭ ବର୍ଷ ବୟସ ହୋଇଥିବାବେଳେ ଲିନଙ୍କୁ ୩୭ ବର୍ଷ ।