ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଅଯୋଦ୍ଧାରେ ଭବ୍ୟ ସମାରୋହ ମଧ୍ୟରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟ ସମ୍ପନ୍ନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଖାସ୍ କାର୍ଯ୍ୟକ୍ରମର ସାକ୍ଷୀ ହୋଇଛନ୍ତି । ଟିଭିରେ ଏହି ମନୋରମ ଦୃଶ୍ୟକୁ ଦେଖୁଥିବାର ଫଟୋ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରି ଲେଖିଛନ୍ତି ଯେ, ଅଯୋଦ୍ଧାରେ ଆୟୋଜିତ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ସାକ୍ଷୀ ହେଲି । ସମସ୍ତ ଦେଶବାସୀ ପ୍ରାଣ ପ୍ରତିଷ୍ଠା ପାଇଁ ଧାର୍ମିକ ଉତ୍ସାହ ସହ ଏକାସହ ଆସିବାକୁ ଦେଖି ଆନନ୍ଦ ଅନୁଭବ ହେଉଛି ।