ପହିଲାରୁ ଶ୍ରୀମନ୍ଦିରରେ ପା ଓ ଗୁଟଖା ମନା

ପୁରୀ,ଏନ୍‌ଏନ୍‌ଏସ୍‌: ଶ୍ରୀମନ୍ଦିରରେ ପାନ ଓ ଗୁଟଖା ନୂଆ ବର୍ଷରୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବ । ଶ୍ରୀମନ୍ଦିର ନୀତି ସବ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ଶାଳୀନତା ପୂର୍ଣ୍ଣ ପୋଷାକ ପରିଧାନ ମଧ୍ୟ କଡ଼ାକଡ଼ି ଭାବେ ଲାଗୁ ହେବ । ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଉତ୍ତର ଦ୍ୱାରରେ ରାମ୍ପ୍ ବ୍ୟବସ୍ଥା ହେବ । ଆବଶ୍ୟକ ପଡ଼ିଲେ ୩୧ ଓ ୧୬ ତାରିଖରେ ରାତିରେ ରାତ୍ର ପହୁଡ଼ ହେବନି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।