୫୦୦ କୋଟି ଟଙ୍କା ଛୁଇଁବ ‘ଏନିମଲ’

ମୁମ୍ବାଇ: ରଣବୀର କପୁର ଅଭିନୀତ ‘ଏନିମଲ’ ଫିଲ୍ମ ବକ୍ସ ଅଫିସରେ ଧୂଆଁଦାର ପ୍ରଦର୍ଶନ ଜାରୀ ରଖିଛି । ଏହାର ବ୍ୟବସାୟ ଦିନକୁଦିନ ବଢ଼ିବାରେ ଲାଗିଛି । ଭାରତରେ ଫିଲ୍ମଟି ୫୦୦ କୋଟି ଟଙ୍କା କ୍ଲବରେ ସାମିଲ ହେବା ଲାଗି ଦ୍ରୁତ ଗତିରେ ଆଗେଇ ଚାଲିଛି । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଫିଲ୍ମଟି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଗତ ୧୩ ଦିନରେ ଫିଲ୍ମଟି ଭାରତରେ ୪୬୮ କୋଟି ଓ ସମଗ୍ର ବିଶ୍ୱରେ ୭୭୨.୩୩ କୋଟି ଟଙ୍କା ରୋଜଗାର କରିଛି ।

ଡିସେମ୍ବରେ ୧ରେ ରିଲିଜ ହୋଇଥିବା ‘ଏନିମଲ’ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ସନ୍ଦୀପ ରେଡ୍ଡୀ ତୁଲାଇଛନ୍ତି । ଏଥିରେ ରଣବୀରଙ୍କ ବ୍ୟତୀତ ଅନିଲ କପୁର, ବବି ଦେଓଲ, ରଶ୍ମିକା ମନ୍ଦାନା ଓ ତୃପ୍ତି ଡିମରୀ ନଜର ଆସିଛନ୍ତି ।