ଶ୍ରେୟସ ତଲପଡ଼େ ହୃଦଘାତର ଶିକାର, ଏଞ୍ଜିୟୋପ୍ଲାଷ୍ଟୀ ସଫଳ

ମୁମ୍ବାଇ: ବଲିଉଡ ଅଭିନେତା ଶ୍ରେୟସ ତଲପଡ଼େ ହୃଦଘାତର ଶିକାର ହୋଇଛନ୍ତି । ବର୍ତ୍ତମାନ ଶ୍ରେୟସ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି ଥିବାବେଳେ ତାଙ୍କର ଏଞ୍ଜିୟୋପ୍ଲାଷ୍ଟୀ ହୋଇଛି । ଶ୍ରେୟସଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପତ୍ନୀ ଦୀପ୍ତି ତଲପଡ଼େ ବୟାନ ଜାରୀ କରିଛନ୍ତି ।

ସୂଚନାଯୋଗ୍ୟ, ଶ୍ରେୟସ ତଲପଡ଼େ ଗୁରୁବାର ସଂଧ୍ୟାରେ ମୁମ୍ବାଇରେ ‘ୱେଲକମ୍ ଟୁ ଜଙ୍ଗଲ’ ଫିଲ୍ମର ସୁଟିଂ ସାରିବା ପରେ ହୃଦଘାତର ଶିକାର ହୋଇଥିଲେ । ପରେ ସେ ଚେତାଶୂନ୍ୟ ହୋଇଯାଇଥିଲେ ଏବଂ ତାଙ୍କୁ ମୁମ୍ବାଇର ବେଲେଭ୍ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରାତି ପ୍ରାୟ ୧୦ଟାରେ ଏଞ୍ଜିୟୋପ୍ଲାଷ୍ଟୀ କରାଯାଇଥିଲା ଏବଂ ଏହି ପ୍ରକ୍ରିୟା ସଫଳ ରହିଥିଲା । ଶ୍ରେୟସଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ନେଇ ହସ୍ପିଟାଲ ଅଧିକାରୀ ସୂଚନା ଦେଇଛନ୍ତି ।