ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳିଲେ ‘ଯଶୋଦା ମାଆ ଫାଉଣ୍ଡେସନ’ର କର୍ମକର୍ତ୍ତା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସମଗ୍ର ଭାରତ ବର୍ଷରେ ଆନନ୍ଦ ଉଲ୍ଲାସ ସହକାରେ ପାଳନ କରାଯାଇଥିବାବେଳେ ‘ଯଶୋଦା ମାଆ ଫାଉଣ୍ଡେସନ’ ତରଫରୁ ମଧ୍ୟ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି । ସମାଜର ଗରିବ ଅଭାବୀ ଓ ଅନାଥ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ଅମର କୁମାର ମହାନ୍ତି ଓ ପ୍ରଭା ଷଡ଼ଙ୍ଗୀଙ୍କ ସହଯୋଗରେ କମଳ ବଣ୍ଟାଯାଇଛି । ସମଗ୍ର ବିଶ୍ୱରେ ରାମ ରାଜ୍ୟର ଅୟମାରମ୍ଭ ହେଉ ଏହାହିଁ ଅନୁଷ୍ଠାନ ତରଫରୁ ରାମଲାଲାଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ନିବେଦନ କରାଯାଇଥିଲା ।