ଭୁବନେଶ୍ୱରକୁ ଫେରିବ ରାହାଗିରି

ଭୁବନେଶ୍ୱର: ବିଏମସି କର୍ପୋରେସନ ବୈଠକ ପରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରତିକ୍ରିୟା ରଖିଛନ୍ତି । ମେୟର କହିଛନ୍ତି, ରାଜଧାନୀକୁ ପୁଣି ରାହାଗିରି ଫେରିବ । ଡିସେମ୍ବର ୧୦ ରବିବାର ଏବଂ ଜାନୁଆରୀ ମାସର ୨ଟି ରବିବାର ୩ଟି ଜୋନରେ ୩ଟି ରାହାଗିରି କରାଯିବ । ରାହାଗିରି ପାଇଁ ବିଏମସି କମିଟି ଗଠନ କରିବ । ରାହାଗିରିରେ ନୂଆ ନୂଆ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । କମିଟି ନିଷ୍ପତ୍ତିକ୍ରମେ କାର୍ଯ୍ୟକ୍ରମ ହେବ ।

ଏହି ଅବସରରେ ମେଟ୍ରୋ ରେଲ ପ୍ରକଳ୍ପ ପାଇଁ ସର୍ବସମ୍ମତିକ୍ରମେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଗଲା । ସାନିଟେସନ, ଟୟଲେଟ ସହ ଯେଉଁ ୱାର୍ଡରେ ୱାର୍ଡ ଅଫିସ ହୋଇନାହିଁ ଶୀଘ୍ର ୱାର୍ଡ ଅଫିସ ନିର୍ମାଣ ପାଇଁ ଆଲୋଚନା କରାଗଲା । ଜାଗା ମିଶନର ଅଭିଯୋଗ ଏବେକାର ନୁହଁ ଯେଉଁଠି ତ୍ରୁଟି ରହିଛି ବ୍ୟକ୍ତିଗତ ଭାବେ ସଂଶୋଧନ କରୁଛୁ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ । ଲୋକମାନେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ଭୁବନେଶ୍ୱରରେ ଘର ମିଳିବ । ସେ ଆଜି ଛାତ ଘର ଖୁବ୍ ସୁନ୍ଦର ଲୋକେସନରେ ପାଉଛନ୍ତି ।