୩୨ ବର୍ଷରେ ପୁନମ ପାଣ୍ଡେଙ୍କ ପରଲୋକ

ମୁମ୍ବାଇ: ସର୍ବଦା ବିବାଦରେ ରହୁଥିବା ଅଭିନେତ୍ରୀ ତଥା ମଡେଲ ପୁନମ୍ ପାଣ୍ଡେଙ୍କ ପରଲୋକ ଘଟିଛି । ପୁନମ ପାଣ୍ଡେ ସର୍ବାଇକଲ କ୍ୟାନ୍ସରରେ ମୃତ୍ୟୁବରଣ କରିଥିବା ନେଇ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟିମ୍ ପକ୍ଷରୁ ଦିଆଯାଇଛି । ପୁନମଙ୍କ ଆକସ୍ମିକ ମୃତ୍ୟୁ ଖବର ସଭିଙ୍କୁ ଚକିତ କରିଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ବୟସ ହୋଇଥିଲା । କିନ୍ତୁ ପୁନମଙ୍କ ମୃତ୍ୟୁ କେବେ ଓ କେଉଁଠି ହୋଇଛି ସେସମ୍ପର୍କରେ ସୂଚନା ମିଳିନାହିଁ । ଫେବୃଆରୀ ୧ ତାରିଖରେ ହିଁ ପୁନମ୍ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ମ୍ୟାନେଜର କହିଛନ୍ତି ।

ପୁନମ୍ ପାଣ୍ଡେ ନଶା, ଆ ଗୟା ହିରୋ ଓ ଦି ଜର୍ଣ୍ଣି ଅଫ୍ କର୍ମା ଭଳି ଫିଲ୍ମରେ ନଜର ଆସିଥିଲେ । ପୁନମ୍ ‘ଖତରୋଁ କେ ଖିଲାଡୀ ୪’ ଓ ୨୦୨୨ରେ ‘ଲକ୍ ଅପ୍‌’ ଶୋ’କୁ ନେଇ ଖୁବ୍ ଚର୍ଚ୍ଚାରେ ରହିଥିଲେ ।