ଭିକିଙ୍କ ପ୍ରଶଂସାରେ ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ: ବଲିଉଡ ଅଭିନେତା ଭିକି କୌଶଲଙ୍କ ଫିଲ୍ମ ‘ଶାମ ବାହାଦୁର’ ସନେମା ଘରେ ରିଲିଜ୍ ହୋଇଯାଇଛି । ଫିଲ୍ମକୁ ଦେଖିବା ପରେ ସମସ୍ତେ ଭିକିଙ୍କ ଅଭିନୟ ସହ କାହାଣୀକୁ ଜୋରଦାର ପ୍ରଶଂସା କରୁଛନ୍ତି । ଏବେ ଏହି ତାଲିକାରେ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରାଙ୍କ ନାଁ ମଧ୍ୟ ସାମିଲ ହୋଇଯାଇଛି । ଆନନ୍ଦ ଫିଲ୍ମ ଦେଖିବା ପରେ ତାଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆ ସାଇଟ ‘ଏକ୍ସ’ରେ ଦେଇଛନ୍ତି ।

ଆନନ୍ଦ ମହିନ୍ଦ୍ରା କହିଛନ୍ତି ଯେ, ଏହା ଏକ ଶକ୍ତିଶାଳୀ ପୂଣ୍ୟଚକ୍ର ଯାହାକି ସେତେବେଳେ ହୋଇଥାଏ ଯେତେବେଳେ କୌଣସି ଦେଶ ଏପରି ଫିଲ୍ମ ପ୍ରସ୍ତୁତ କରିଥାଏ । ଏହା ଆମ ନାୟକଙ୍କ କାହାଣୀକୁ ଦର୍ଶାଇଥାଏ । ବିଶେଷ ରୂପେ ଫିଲ୍ମଟି ସୈନିକ, ନେତୃତ୍ୱ ଓ ସାହାସର କାହାଣୀକୁ ଦର୍ଶାଉଛି । ଶାମ ବାହାଦୂର ରୂପେ ଭିକି କୌଶଲଙ୍କ ରୂପାନ୍ତରଣ ଲୋମ ଟାଙ୍କୁରେଇ ଦେଉଛି । ଏହା ଏକ ଆୱାର୍ଡ ଜିତିବା ଭଳି ଚରିତ୍ର । ହଲକୁ ଯାଇ ଫିଲ୍ମଟି ଦେଖନ୍ତୁ ଓ ଆମ ଭାରତୀୟ ହିରୋଙ୍କୁ ପ୍ରୋତ୍ସାହିତ କରନ୍ତୁ ।