ଅଡ଼ୁଆରେ ହ୍ରିତିକ ଓ ଦୀପିକା

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଓ ଦୀପିକା ପାଦ୍ୟୁକୋନ୍ ଅଡ଼ୁଆରେ ପଡ଼ି ଯାଇଛନ୍ତି । ଗୋଟିଏ ପଟେ ଦୁଇ ତାରକାଙ୍କ ଫିଲ୍ମ ‘ଫାଇଟର’ ବକ୍ସ ଅଫିସରେ ଧମାଲ କରୁଥିବାବେଳେ ଅନ୍ୟପଟେ ଏଥିରେ ଥିବା ଏକ କିସିଂ ସିନକୁ ନେଇ ବିବାଦ ଉପୁଜିଛି । ଫିଲ୍ମର ଏକ ଦୃଶ୍ୟରେ ହ୍ରିତିକ ଓ ଦୀପିକା ଏୟାରଫୋର୍ସ ୟୁନିଫର୍ମରେ କିସ୍ କରୁଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟକୁ ନେଇ ଆସାମରେ ପୋଷ୍ଟେଡ ଥିବା ଏୟାରଫୋର୍ସର ୱିଙ୍ଗ୍ କମାଣ୍ଡର ସୌମ୍ୟଦିପ୍ ଦାସ ଆପତ୍ତି ଜାହିର କରିଛନ୍ତି । ଏହାସହ ହ୍ରିତିକ ଓ ଦୀପିକା ଓ ଫିଲ୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କୁ ମଧ୍ୟ ସୌମ୍ୟଦୀପ ଆଇନଗତ ନୋଟିସ ପଠାଇଛନ୍ତି ।

‘ଫାଇଟର’ ଫିଲ୍ମ ଜାନୁଆରୀ ୨୫ ତାରିଖରେ ରିଲିଜ ହୋଇଥିଲା । ଏଥିରେ ପ୍ରଥମଥର ପାଇଁ ହ୍ରିତିକ ଓ ଦୀପିକାଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି ।