ବ୍ୟବସାୟୀଙ୍କ ପାଇଁ ହେବ ଗୋଟିଏ ଆଇଡି!

ନୂଆଦିଲ୍ଲୀ,ଏଜେନ୍ସି: ସମ୍ପ୍ରତି ବ୍ୟବସାୟୀଙ୍କ ପାଇଁ ଉପଲବ୍‌ଧ ଥିବା ବିଭିନ୍ନ ଆଇଡେଣ୍ଟିଫିକେସନ୍ ନମ୍ବରର ସଂଯୋଗୀକରଣ କରାଯାଇ ଗୋଟିଏ ଆଇଡି କରାଯିବ। ଆଧାରକାର୍ଡ, ପାନ୍ ଓ ଟାନ୍ ଆଦିର ସଂଯୋଗୀକରଣ କରାଯିବ। ଯାହା ଦ୍ୱାରା ବିଭିନ୍ନ ସେବା ଓ ଯୋଗାଣ ସହଜ ହେବ ବୋଲି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ୍ କହିଛନ୍ତି। ସମ୍ପ୍ରତି ସରକାର ବ୍ୟବସାୟକୁ ସହଜ ଓ ସରଳ କରିବା ପାଇଁ ଅନେକ ସୁଧାର ଯୋଜନା ହାତକୁ ନେଇଛନ୍ତି। ଯାହା ଦ୍ୱାରା ବ୍ୟବସାୟିକ ଗତିବିଧି ତଥା ଆଇନଗତ ଦିଗର ଅନୁପାଳନ ଉପରେ କମ୍ ଚାପ ରହିବ।

ପ୍ରଯୁକ୍ତି ବିଦ୍ୟାର ଉପଯୋଗ ହିଁ ବ୍ୟବସାୟିକ ଗତିବିଧିକୁ ସହଜ ଓ ସରଳ କରିଥାଏ। ପ୍ରଯୁକ୍ତି ବ୍ୟବସାୟିକ ଗତିବିଧିକୁ ଜଟିଳ କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି ଯେ ଡିଜିଲକର୍ ଓ ଜାତୀୟ ସ୍ତରରେ ଏକକ ୱିଣ୍ଡୋ ସିଷ୍ଟମ୍ ଗୋଟିଏ କାର୍ଯ୍ୟକୁ ବାରମ୍ବାର କରିବାକୁ ରୋକିଥାଏ। ଏହି ସମସ୍ତ ପ୍ରକ୍ରିୟା ମଧ୍ୟରେ ଥିବା ଅନ୍ତରକୁ ହ୍ରାସ କରିଥାଏ। ଅପରପକ୍ଷରେ ଆୟରେ ଅସମାନତା, ଶିକ୍ଷା ତଥା ଭିତ୍ତିଭୂମି କ୍ଷେତ୍ରରେ ଦୁର୍ବଳତା ଓ କନେକ୍ଟିଭିଟି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।