RBIର ବଡ଼ ନିଷ୍ପତ୍ତି; ବଜାରରୁ ପ୍ରତ୍ୟାହାର ହେବ ୨

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ୍ (RBI)ର ବଡ଼ ନିଷ୍ପତ୍ତି। ୨ ହଜାର ଟଙ୍କା ଛାପିବନି ଆରବିଆଇ। ବଜାରରୁ ହଟିବ ସମସ୍ତ ୨ ହଜାର ଟଙ୍କିଆ ନୋଟ୍। ଶୁକ୍ରବାର ଆରବିଆଇ ଏକ ବିବୃତ୍ତି ଜାରି କରି ଏହି ସୂଚନା ଦେଇଛି। ସୂଚନା ଅନୁସାରେ ଦେଶରେ ସବୁ ୨୦୦୦ ଟଙ୍କା ନୋଟ୍‌କୁ ପ୍ରତ୍ୟାହାର କରିନିଆଯିବ। ଯେଉଁମାନଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ୍ ରହିଛି ସେମାନେ ୨୦୦୦ ଟଙ୍କା ନୋଟ୍ ନ ଦେବାକୁ ବ୍ୟାଜ୍‌ମାନଙ୍କୁ ମଧ୍ୟ ମନା କରିଛି ଆରବିଆଇ।
କ୍ଳିନ୍ ନୋଟ୍ ପଲିସି ଅନୁଯାୟୀ ୨ ହଜାର ନୋଟ୍ ଛପା ବନ୍ଦ ହେବ। ତେବେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ସମସ୍ତ ନୋଟ୍ ବୈଧ ରହିବ। ମେ ୨୩ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ନୋଟ୍‌କୁ ବ୍ୟାଙ୍କରେ ଜମା କରିବାକୁ କୁହାଯାଇଛି । ତେବେ ଏଥ‌ିପାଇଁ ମଧ୍ଯ ନିୟମ ରହିଛି। ତାହା ହେଲା ଜଣେ ବ୍ୟକ୍ତି ବ୍ୟାକ୍ଟେରେ ଗୋଟିଏ ଥରରେ କେବଳ ୨୦ ହଜାର ଟଙ୍କା ନୋଟ୍ ଡିପୋଜିଟ୍ କରିପାରିବେ କିମ୍ବା ବଦଳାଇ ପାରିବେ। ରିଜର୍ଭ ବ୍ୟାଙ୍କ୍ ନିଷ୍ପଭି ଲାଗୁ ହେବା ପରଠାରୁ ବ୍ୟାଙ୍କ କିମ୍ବା ଏଟିଏମରୁ ୨ ହଜାର ଟଙ୍କାର ନୋଟ୍ କାଢ଼ିପାରିବେ ନାହିଁ। ତେବେ ୩୦ ସେପ୍ଟେମ୍ବର ୨୦୨୩ ପରେ ଏହା ବୈଧ ରହିବ କି ନାହିଁ ତାହା ଆରବିଆଇ ସ୍ପଷ୍ଟ କରି ନାହିଁ।
ସୂଚନା ଥାଉକି, ୨୦୧୬ ନଭେମ୍ବର ୮ରେ କେନ୍ଦ୍ର ସରକାର ବିମୁଦ୍ରୀକରଣ ଘୋଷଣା କରିଥିଲେ। ଏହାପରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ବ୍ୟାନ ହୋଇଥିଲା। ଏହା ବଦଳରେ ରିଜର୍ଭ ବ୍ୟାଙ୍କ୍ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କରିଥିଲା । ଅବଶ୍ୟ କିଛି ବର୍ଷରେ ୨୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ କମ୍ ହୋଇଥିଲା। ଆଉ ଏବେ ରିଜର୍ଭ ବ୍ୟାଙ୍କ୍ ଏହାକୁ ଫେରାଇ ନେବାକୁ ଘୋଷଣା କରିଛି ।
ଆରବିଆଇର ସୂଚନା ଅନୁଯାୟୀ ୮୯ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ମାର୍ଚ୍ଚ ୨୦୧୭ ପୂର୍ବରୁ ଜାରି କରାଯାଇଥିଲା। ୩୧ ମାର୍ଚ୍ଚ ୨୦୧୮ରେ ସମୁଦାୟ ୬.୭୩ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନରେ ଥିଲେ। ୨୦୨୩ ମାର୍ଚ୍ଚ ୩୧ ବେଳକୁ ତାହା ୩୭.୩ ପ୍ରତିଶତ ବା ୩.୬୨ ଲକ୍ଷ କୋଟିକୁ ଖସି ଆସିଥିଲା । ଆଉ ବର୍ତ୍ତମାନ କେବଳ ୧୦.୮ ପ୍ରତିଶତ ନୋଟ୍ ପ୍ରଚଳନରେ ଅଛି।