୧୦୦ ପ୍ରତିଶତ ବିଦ୍ୟୁତ୍‌କରଣ ହେଲା କେନ୍ଦ୍ରୀୟ ରେଳ ଜୋନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ୧୦୦ ପ୍ରତିଶତ ବିଦ୍ୟୁତ୍‌କରଣ କାର୍ଯ୍ୟ ଶେଷ କରିଛି କେନ୍ଦ୍ରୀୟ ରେଳ ଜୋନ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି (ଶନିବାର) କେନ୍ଦ୍ରୀୟ ରେଳ ଜୋନକୁ ପ୍ରଶଂସା କରିଛନ୍ତି । ଭାରତୀୟ ରେଳ ସେବାର ଏହି ଜୋନ ଏବେ ସମଗ୍ର ବ୍ରଡ ଗେଜ ନେଟୱାର୍କ ସହ ଶତ ପ୍ରତିଶତ ବିଦ୍ୟୁତକରଣ ଜୋନରେ ପିରଣତ ହେବାର ରେକର୍ଡ ହାସଲ କରିଛି । କେନ୍ଦ୍ରୀୟ ରେଳବାଇର ଏନେଇ ଏକ ଟୁଇଟ କରି କହିଛି, କେନ୍ଦ୍ରୀୟ ରେଳବାଇ ଅନୁଯାୟୀ ୩,୮୨୫ କିଲୋମିଟର ଦୂରତା ବିଶିଷ୍ଟ ଏହି ଜୋନରେ ସମସ୍ତ ବ୍ରଡ ଗେଜ ରୁଟରେ ୧୦୦ ପ୍ରତିଶତ ରେଳ ବିଦ୍ୟୁତକରଣ ହାସଲ କରିଛି ।

ମହାରାଷ୍ଟ୍ର ସୋଲାପୁର ଡିଭିଜନରେ ଥିବା ଲାଟୁର ରୋଡ୍ (୫୨ ଆରକେଏମ୍) ଚଳିତବର୍ଷ ଫେବୃଆରୀ ୨୩ରେ ବିଦ୍ୟୁତକରଣ କରାଯାଇଥିଲା । କେନ୍ଦ୍ରୀୟ ରେଳ ବର୍ତ୍ତମାନ ସମସ୍ତ ବ୍ରଡ୍ ଗେଜ୍ ଲାଇନରେ ସମ୍ପୂର୍ଣ୍ଣ ବିଦ୍ୟୁତକରଣ ହୋଇ ପ୍ରତିବର୍ଷ ୫,୨୦୪ ଲକ୍ଷ ଟନ୍ ଅଙ୍ଗାରକାମ୍ଳ ନିର୍ଗତକୁ ହ୍ରାସ କରିବ ଯାହା ପରିବେଶ ପ୍ରତି ବେଶ ଅନୁକୂଳ ହେବାକୁ ଯାଉଛି । ଏହି ଡିଭିଜନରେ ଆଉ କୌଣସି ଡିଜେଲ ଲୋକୋମୋଟିଭ ବ୍ୟବହାର କରାଯିବ ନାହିଁ । କେବଳ ଇଲେଟ୍ରିକ ଲୋକୋମୋଟିଭ ଚଳାଚଳ କରିବ ।

ଏହା ବିଦ୍ୟୁତକରଣରେ ପରିଣତ ହେବା ପରେ ଇନ୍ଧନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବା ନେଇ କୁହାଯାଉଛି । ବାର୍ଷିକ ପ୍ରାୟ ୧୬୭୦ କୋଟି ଟଙ୍କା ସଞ୍ଚୟ କରିବ । ପରିବେଶ ଅନୁକୂଳ ତଥା ପ୍ରଦୂଷଣକୁ ହ୍ରାସ କରୁଥିବା ରେଳ ବିଦ୍ୟୁତିକରଣର ଗତି ୨୦୧୪ ଠାରୁ ୯ ଗୁଣା ବେଗରେ ବୃଦ୍ଧି ପାଇଛି ବୋଲି କେନ୍ଦ୍ରୀୟ ରେଳବାଇ କହିଛି । ରେଲୱେ ବ୍ରଡ ଗେଜ୍ ରୁଟର ବିଦ୍ୟୁତିକରଣ ଫଳରେ ପରିବେଶ ପ୍ରଦୂଷଣରେ ଉଲ୍ଲେଖନୀୟ ହ୍ରାସ ଘଟିବ ବୋଲି ରେଳବାଇ କହିଛି ।