କମିବ ପେଟ୍ରୋଲ୍ ଉପରେ ନିର୍ଭରତା, ୧୦୦% ଏଥାନଲ୍‌ରେ ଚାଲିବ ବାହନ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାର ଦେଶରେ ପେଟ୍ରୋଲ୍‌-ଡିଜେଲ୍ ଉପରୁ ନିର୍ଭରତା ହ୍ରାସ କରିବା ପାଇଁ ବଦ୍ଧ ପରିକର ଅଛନ୍ତି। କ୍ରମାନ୍ୱୟେ ପେଟ୍ରୋଲ୍‌-ଡିଜେଲ୍ ଉପରୁ ନିର୍ଭରତା ହ୍ରାସ କରି ଏଥାନଲ୍ ଆଦି ଜୀବାଶ୍ମ ଇନ୍ଧନର ପ୍ରୟୋଗ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ମର୍ମରେ ସରକାର ଆଜି ଦେଶର ସମସ୍ତ ବାହନ ନିର୍ମାତାଙ୍କୁ ଖୁବ୍ ଶୀଘ୍ର ଡିଜେଲ୍‌-ପେଟ୍ରୋଲ୍ ଇଞ୍ଜିନ୍‌କୁ ଜୀବାଶ୍ମ-ଇନ୍ଧନ ଉପଯୋଗୀରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏଥିପାଇଁ ସରକାର ୬ ମାସର କଣ୍ଟ ରଖିଛନ୍ତି। ଅର୍ଥାତ୍ ବାହନ ନିର୍ମାତାଙ୍କୁ ଇଞ୍ଜିନ୍ ପରିବର୍ତ୍ତନ କରିବାକୁ ୬ ମାସ ସମୟ ଦିଆଯାଇଛି।

ଅପରପକ୍ଷରେ ସରକାର ସବୁଜ ଅଏଲ୍ ଓ ଅନ୍ୟ ପରିବେଶ ଉପଯୋଗୀ ଇନ୍ଧନର ଉପଯୋଗ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ କହିଛନ୍ତି। ଖୁବ୍ ଶୀଘ୍ର ଦେଶରେ ବାହନଗୁଡ଼ିକ ଶତ ପ୍ରତିଶତ ଜୀବାଶ୍ମ ଇନ୍ଧନରେ ଚାଲିବ। ଫଳରେ ପେଟ୍ରୋଲ୍‌-ଡିଜେଲ୍ ଉପରେ ନିର୍ଭରତା କମିବ ବୋଲି ସେ କହିଛନ୍ତି। ଟିଭିଏସ୍ ମୋଟର୍ସ ଓ ବଜାଜ୍ ଅଟୋ ପୂର୍ବରୁ ହିଁ ଦୁଇଚକିଆ ଓ ତିନିଚକିଆ ବାହନ ପାଇଁ ଜୀବାଶ୍ମ ଇନ୍ଧନ ଉପଯୋଗୀ ଇଞ୍ଜିନ୍‌ର ନିର୍ମାଣ ଆରମ୍ଭ କରିଛନ୍ତି।