Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସେୟାର ବଜାର: ୪୬୫ ପଏଣ୍ଟ ଉଛୁଳିଲା ସେନସେକ୍ସ, ନିଫ୍ଟି ୧୭୫୦୦ ପାର୍‌ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସେୟାର ବଜାର: ୪୬୫ ପଏଣ୍ଟ ଉଛୁଳିଲା ସେନସେକ୍ସ, ନିଫ୍ଟି ୧୭୫୦୦ ପାର୍‌

ମୁମ୍ବାଇ,ଏଜେନ୍ସି: ଗ୍ଲୋବାଲ ମାର୍କେଟ ଚାଲିଥିବା ଅସ୍ଥିରତା ମଧ୍ୟରେ ସପ୍ତାହର ପ୍ରଥମ ବାଣିଜ୍ୟ ଦିନ ସୋମବାରରେ ଭାରତୀୟ ଷ୍ଟକ୍ ମାର୍କେଟ ଏକ ବଡ଼ ଲମ୍ଫ ମାରିପାରେ । ଗତ ସପ୍ତାହରେ ଲଗାତାର ୬ଟି ଅଧିବେଶନ ପରେ ଭାରତୀୟ ଷ୍ଟକ ମାର୍କେଟ ସାମାନ୍ୟ ଦୁର୍ବଳ ହୋଇଥିଲା । କିନ୍ତୁ ପରେ ବଜାରରେ ଏକ ଅଭିବୃଦ୍ଧି ଘଟିଲା । ବିଶ୍ବ ବଜାରର ସକରାତ୍ମକ ଭାବନାର ପ୍ରଭାବ ଆଜି ଭାରତୀୟ ଷ୍ଟକ୍ ମାର୍କେଟରେ ଦେଖିବାକୁ ମିଳିଛି । ଆଜି ଷ୍ଟକ୍ ମାର୍କେଟ୍ ନିଜେ ପ୍ରି-ଓପନ୍ ଅଧିବେଶନରୁ ଗ୍ରୀନ ସିଗନାଲ ସହିତ ଆରମ୍ଭ ହୋଇଛି । କାରବାର ଆରମ୍ଭରୁ ସେନସେକ୍ସ ୪୬୫ ପଏଣ୍ଟ ଉଛୁଳୁଥିବା ବେଳେ ୧୭,୫୦୦ ପାର୍‌ କରିଛି ନିଫ୍ଟି ।

ଆଜି ଶେୟାର ବଜାରରେ ୩୦ ଅଙ୍କ ଥିବା ସେନସେକ୍ସ ୨୯.୭୮ ଅଙ୍କ ତଥା ୦.୦୫୧% ସହିତ ୫୮,୪୧୭.୭୧ରେ ଖୋଲିଥିଲା । ସେପଟେ ୫୦ ଅଙ୍କ ଥିବା ନିଫ୍ଟି ୪.୦୦ ବା ୦.୦୨୩% ସହିତ ୧୭,୪୦୧.୫୦ ସହିତ ଖୋଲିଥିଲା । ବଜାରରେ ଲଗାତାର ଭାବେ ଅଭିବୃଦ୍ଧି ଘଟିଥିଲା । ଗୁରୁବାର ଓ ଶୁକ୍ରବାର ବଜାରରେ ଟ୍ରେଣ୍ଡିଂ ସେସନ ସମୟରେ ଲାଲ ସିଗନାଲ ରହିଥିବାବେଳେ, କାରବାର ବନ୍ଦ ବେଳେ ଏହା ଗ୍ରୀନ ସିଗନାଲକୁ ଆସିଥିଲା । ଗ୍ଲୋବାଲ ବଜାର ମଜବୁତ ରହିଥିବାବେଳେ ଏସିଆ ବଜାରରେ ମିଳିତ କାରବାର ଦେଖିବାକୁ ମିଳିଥିଲା, ଯାହାକି ବଜାରକୁ ଆଜି ସମର୍ଥନ କରିଥିଲା ।

ବିଶ୍ବ ବଜାରରେ ସକରାତ୍ମକ ଭାବେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରୀରେ ଦ୍ରୁତତାର ସହିତ ବଜାରରେ ମଜବୁତ ସ୍ଥିତିକୁ ଆସିଥିଲା । ୩୦ ସେୟାର ସହିତ ବିଏସ୍‌ଇ ସେନସେକ୍ସ ୪୬୫.୧୪ ଅଙ୍କ ତଥା ୦.୮୦ ପ୍ରତିଶତ ସହ ଆଗକୁ ବଢି ୫୮, ୮୫୩.୦୭ ଅଙ୍କରେ ବନ୍ଦ ହେଲା । କାରବାର ସମୟରେ ଏହା ୫୪୬.୯୭ ଅଙ୍କ ପର୍ଯ୍ୟନ୍ତ ପହଞ୍ଚିଥିଲା । ନେସନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ୧୨୭.୬୦ ଅଙ୍କ ତଥା ୦.୭୩ ପ୍ରତିଶତରେ ୧୭.୫୨୫.୧୦ ଅଙ୍କରେ ବନ୍ଦ ହୋଇଛି । ସେନସେକ୍ସ ସେୟାରରେ ମହିନ୍ଦା ଆଣ୍ଡ ମହିନ୍ଦ୍ରାର ସର୍ବାଧିକ ଲାଭ ହୋଇଛି । କମ୍ପାନୀର ସେୟାରରେ ୩.୧୩% ବୃଦ୍ଧି ଘଟିଛି ।