ଡ୍ରିମ୍‌ଫକ୍ସ ଆଇପିଓକୁ ସେବିର ମଞ୍ଜୁରୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭାରତ ସର୍ବବୃହତ ବିମାନବନ୍ଦର ସେବା ଏଗ୍ରିଗେଟର ସଂସ୍ଥା ଡ୍ରିମ୍‌ଫକ୍ସ ସର୍ଭିସେସ୍ ଲିମିଟେଡ୍‌ର ଆଇପିଓକୁ ସେବିର ମଞ୍ଜୁରୀ ମିଳିଛି । କମ୍ପାନି ୨୧,୮୧୪,୨୦୦ ଇକ୍ୱିଟି ଶେୟାରକୁ ଏହି ଅଫରରେ ଜାରି କରିବ । ଆଇପିଓରେ ଜାରି କରାଯିବାକୁ ଥିବା ଶେୟାର ହେଉଛି କଂପାନିର ୪୧.୭୫% ପେଡ୍‌-ଅପ୍ ଇକ୍ୱିଟି ଶେୟାର ।

ଡ୍ରିମ୍‌ଫକ୍ସ ପକ୍ଷରୁ ଭାରତରେ ଥିବା ସବୁ କାର୍ଡ ନେଟ୍‌ୱର୍କ ଭିସା, ମାଷ୍ଟରକାର୍ଡ, ଡାଇନର୍ସ/ଡିସ୍‌କଭର ଓ ରୁପେ ଓ ପ୍ରମୁଖ କାର୍ଡ ପ୍ରଦାନକାରୀ ଯଥା ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ଓ ଏସ୍‌ବିଆଇ କାର୍ଡସକୁ ସେବା ପ୍ରଦାନ କରିବ । ଗ୍ରାହକଙ୍କୁ ଡେବିଟ୍ ଓ କ୍ରେଡିଟ୍ କାର୍ଡ ବିକ୍ରି କରିବାରେ ବ୍ୟାଙ୍କ ଓ କାର୍ଡ ନେଟ୍‌ୱର୍କ ମଧ୍ୟରେ ପ୍ରମୁଖ ସେତୁ ଭାବେ କାର୍ଯ୍ୟ କରୁଛି । ବ୍ୟାଙ୍କ ସହ ଲିଙ୍କ ହୋଇଥିବା କ୍ରେଡିଟ୍ ଓ ଡେବିଟ୍ କାର୍ଡ ଜରିଆରେ ବିମାନ ବନ୍ଦର ଓ ରେଳବାଇ ଲାଉଞ୍ଜ ହାସଲ କରିବାରେ ବ୍ୟବହାରକାରୀମାନଙ୍କୁ ଏହା ପ୍ରଯୁକ୍ତି ମଞ୍ଚ ପ୍ରଦାନ କରୁଛି ।