ନୂଆଦିଲ୍ଲୀ,ଏଜେନ୍ସି: ବିଦେଶୀ ପୁଞ୍ଜିନିବେଶକାରୀଙ୍କ ପାଇଁ ଭାରତ ପାଲଟିଛି ସବୁଠୁ ପ୍ରିୟ ଦେଶ । ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ରେକର୍ଡ ଛୁଇଁଛି । ଶୁକ୍ରବାର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି । ଭାରତ ନିୟମିତ ଭାବରେ ନିବେଶକାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିବାରେ ଲାଗିଛି ବୋଲି ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଭାରତ ପକ୍ଷରୁ ଏହାର ସର୍ବକାଳୀନ ଶ୍ରେଷ୍ଠ ନିବେଶ ୨୦୨୧-୨୨ ଆର୍ଥିକ ବର୍ଷରେ ହାସଲ କରାଯାଇଛି । ଏହି ସମୟ ମଧ୍ୟରେ ଭାରତରେ ଏଫ୍ଡିଆଇ ପ୍ରାୟ ୮୩.୫୭ ବିଲିୟନ୍ ଡଲାର ରହିଥିଲା । ଏହା ସହିତ ଉତ୍ପାଦନ କ୍ଷେତ୍ରରେ ଏଫ୍ଡିଆଇ ପ୍ରାୟ ୭୬ % ବଢିଛି । ୨୦୨୦-୨୧ରେ ୧୨.୦୯ ବିଲିୟନ୍ ଡଲାରର ନିବେଶ ହୋଇଥିବା ବେଳେ ୨୦୨୧-୨୨ରେ ଏହା ୨୧.୩୪ ବିଲିୟନ୍ ଡଲାରକୁ ବୃଦ୍ଧି ପାଇଛି । ନିବେଶ କାରୀ ରାଷ୍ଟ୍ର ମାନଙ୍କ ମଧ୍ୟରେ ସିଙ୍ଗାପୁର ସର୍ବାଧିକ ୨୭˜ ଅବଦାନ ଦେଉଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା ୧୮ ପ୍ରତିଶତ ଏବଂ ମରିସସ୍ ୧୬% ଅବଦାନ ଦେଇଛି ।