‘ଏସବିଆଇ କାର୍ଡ଼ ପଲ୍‌ସ’ର ଶୁଭାରମ୍ଭ

ନୂଆଦିଲ୍ଲୀ,ଏନ୍‌ଏନ୍‌ଏସ୍ : ଏସବିଆଇ କାର୍ଡ଼ ଫିଟନେସ୍ ଓ ୱେଲନେସ୍ ଉପରେ ଧ୍ୟାନ ପ୍ରଦାନ କରୁଥିବା କ୍ରେଡିଟ୍ କାର୍ଡ଼, ‘ଏସବିଆଇ କାର୍ଡ଼ ପଲ୍‌ସ’କୁ ଆଜି ଶୁଭାରମ୍ଭ କରିଛି। କାର୍ଡ଼କୁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି ଓ ଏହାର ସ୍ୱତନ୍ତ୍ର ବୈଶିଷ୍ଟ୍ୟ କାର୍ଡ଼ଧାରୀମାନଙ୍କୁ ସ୍ୱାସ୍ଥ୍ୟ ଓ ୱେଲନେସ୍ କ୍ଷେତ୍ରରେ ସହାୟତା ପ୍ରଦାନ କରିବ।

ଏସବିଆଇ କାର୍ଡ଼ ପଲ୍‌ସ ଏହି ଉଦ୍ୟୋଗରେ ରହିଥିବା ଏକମାତ୍ର କ୍ରେଡିଟ୍‌କାର୍ଡ଼ ଯାହାକି ଗ୍ରାହକମାନଙ୍କୁ ଟ.୪,୯୯୯ ମୂଲ୍ୟର ନଏଜ୍ କଲର୍ ଫିଟ୍ ପଲ୍ସ ସ୍ମାର୍ଟୱାଚ୍ କୁ ୱେଲକମ୍ ଉପହାର ଭାବରେ ଜଏନିଂ ଫି୍ ଦାଖଲ କ୍ଷେତ୍ରରେ ପ୍ରଦାନ କରିଥାଏ। ଏହାର ଶୁଭାରମ୍ଭ ଅବସରରେ, ରାମ ମୋହନ ରାଓ ଅମାରା, ପରିଚାଳନା ନିର୍ଦ୍ଦେଶକ ଓ ସିଇଓ, ଏସବିଆଇ କାର୍ଡ଼ କହିଛନ୍ତି ଯେ, ଏହି ସ୍ୱତନ୍ତ୍ର କ୍ରେଡିଟ୍ କାର୍ଡ଼ ଆମର ଗ୍ରାହକମାନଙ୍କର ସ୍ୱାସ୍ଥ୍ୟ ଓ ୱେଲନେସର ଆବଶ୍ୟକତାକୁ ପୂରଣ କରିବା ସହିତ ଏକ ସୁସ୍ଥ ଜୀବନଶୈଳୀ ପ୍ରଦାନ କରିବାରେ ମଧ୍ୟ ସହାୟକ ହେବ।