ଟ୍ୱିନ୍ ସିଟିରେ ସୁଲଭ ମୂଲ୍ୟରେ ଗୃହ ଯୋଗାଣ; ସ୍ୱଳ୍ପ ଆୟକାରୀ ବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିଳମ୍ବରେ ହେଉ ପଛକେ ରାଜ୍ୟ ସରକାର ସଠିକ ନିଷ୍ପତ୍ତି ନେଇଛନ୍ତି। କଟକ-ଭୁବନେଶ୍ୱର ଟ୍ୱିନ୍‌ସିଟିରେ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେଉଛନ୍ତି। ଫଳରେ ସ୍ୱଳ୍ପ ଆୟକାରୀ ବର୍ଗଙ୍କ ପାଇଁ ଏହା ହୋଇଛି ସୁବର୍ଣ୍ଣ ସୁଯୋଗ। ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ଅନୁମୋଦିତ ଏସବୁ ଫ୍ଲାଟ୍ ଗୁଡ଼ିକ ସ୍ୱଚ୍ଛତା ସହକାରେ ଯୋଗାଇ ଦିଆଯାଉଛି।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ୧୬୦ଟି ଫ୍ଲାଟ୍ ବିକ୍ରିର ଶୁଭାରମ୍ଭ ହୋଇଛି। ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ପକ୍ଷରୁ ଏହା କରାଯାଉଛି। ଆର୍ଥିକ ଦୁର୍ବଳ ଶ୍ରେଣୀର ୪୦ଟି ଘର ରହିଛି। ସେହିପରି ଭୁବନେଶ୍ୱର ଡୁମୁଡୁମାରେ ୨ ଏକର ୧୦ ଡେସିମିଲ ପରିମିତ ଯାଗାରେ ସୁଭଦ୍ରା ଏନକ୍ଲେଭରେ ଫ୍ଲାଟ୍ ଆରମ୍ଭ ହେବ। ଏଥିରେ ମୋଟ୍ ୧୯୮ଟି ଫ୍ଲାଟ ନିର୍ମାଣ କରାଯିବ। ନିର୍ଦ୍ଧାରିତ ମୂଲରେ ୪୨ ମାସ ମଧ୍ୟରେ ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ ଫ୍ଲାଟ୍। ଅନ୍ୟପକ୍ଷରେ କଟକ ବିଦ୍ୟାଧରପୁରରେ ମଧ୍ୟ ମୋଟ୍ ୮ କୋଟି ୧୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ପାଇଁ ହାଉସିଂ ପ୍ରକଳ୍ପରେ ୧୯୬ଟି ଫ୍ଲାଟ୍ ହିତାଧିକାରୀଙ୍କୁ ହସ୍ତାନ୍ତର ପ୍ରକ୍ରିୟାର ବିି ଶୁଭାରମ୍ଭ ହୋଇଛି। ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ କଟକରେ ଫ୍ଲାଟ୍ ପିଛା ମାତ୍ର ୪ ଲକ୍ଷ ୧୬ ହଜାର ଟଙ୍କାରେ ଯୋଗାଇ ଦିଆଯିବ।