ବଢିଲା ଅଶୋଧିତ ତୈଳ ଦର, ୧୦୦ ଡଲାର ପାରି କଲା ବ୍ୟାରେଲ ପିଛା ଦର, ସୁନା ୫୧୫୦୦ ପାର୍‌

ନୂଆଦିଲ୍ଲୀ,ଏଜେନ୍ସି: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସହିତ ଯୁଦ୍ଧ ଘୋଷଣା କରିଛନ୍ତି । ତାଙ୍କ ଘୋଷଣା ପରେ ଭାରତୀୟ ଷ୍ଟକ ବଜାର ଆଜି ପ୍ରବଳ ହ୍ରାସ ସହ ଖୋଲିଛି। ଏଥି ସହିତ ଅଶୋଧିତ ତୈଳ ମୂଲ୍ୟ ମଧ୍ୟ ବ୍ୟାରେଲ ପିଛା ୯୯.୬୬ ଡଲାରରେ ପହଞ୍ଚିଛି। ସୁନା ଦର ମଧ୍ୟ ୫୧୫୦୦ ଅତିକ୍ରମ କରିଛି ।

ବର୍ତ୍ତମାନ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଯାଇଛି । ରୁଷର ୟୁକ୍ରେନରେ ସାମରିକ କାର୍ଯ୍ୟାନୁଷ୍ଠାନ ଘୋଷଣା ହେତୁ ପ୍ରାରମ୍ଭିକ ବାଣିଜ୍ୟରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ୫୫ ପଇସା ହ୍ରାସ ହୋଇ ୭୫.୧୬ ରେ ପହଞ୍ଚିଛି।

ଯୁଦ୍ଧ ହେତୁ ଟଙ୍କାରେ ଅଧିକ ମୂଲ୍ୟ ହ୍ରାସ ହେବାର ସମ୍ଭାବନା ବଢିଛି । ଅଶୋଧିତ ତୈଳ ଆମଦାନୀ ହେଉଥିବାରୁ ଏହି କ୍ଷେତ୍ରଟି ଅଧିକ କ୍ଷତିଗ୍ରସ୍ତ ହୁଏ । ଫଳରେ ଅଶୋଧିତ ତୈଳର ଆମଦାନୀ ବିଲ୍ ବୃଦ୍ଧି ପାଇବ ଏବଂ ବୈଦେଶିକ ମୁଦ୍ରାକୁ ଅଧିକ ଖର୍ଚ୍ଚ କରିବାକୁ ପଡିବ ।

ଏହି ସମୟରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ ଏମସିଏକ୍ସ ରେ ସୁନା ୫୧,୦୦୦ ଟଙ୍କା ଅତିକ୍ରମ କରିଛି । ଆଜି ସକାଳେ ସୁନା ୧୦ ଗ୍ରାମ ପିଛା ୫୧୨୧୦ ଟଙ୍କାରେ ୮୩୧ ଟଙ୍କା ଅଧିକ କାରବାର କରିଥିଲା।

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅଶୋଧିତ ତୈଳର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ସାତ ବର୍ଷର ଉଚ୍ଚତାରେ ପହଞ୍ଚିଛି। ବୁଧବାର ଦିନ ଅଶୋଧିତ ତୈଳ ୨.୯୧ ପ୍ରତିଶତ ବୃଦ୍ଧି ପାଇଛି, ଯାହା ପରେ ବ୍ରେଣ୍ଟ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା ୯୯.୬୬ ଡଲାରରେ ପହଞ୍ଚିଛି।