ଷ୍ଟ୍ରଙ୍ଗ୍‌ ରୁମର ସୁରକ୍ଷା ନେଇ ପ୍ରଶ୍ନ କଲା ବିଜେପି

ଭୁବନେଶ୍ବର,ଏନ୍ଏନ୍ଏସ୍: ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ଭୋଟ ଗଣତିର ସ୍ୱଚ୍ଛତାକୁ ନେଇ ବିଜେପିର ସନ୍ଦେହ । ଷ୍ଟ୍ରଙ୍ଗ୍‌ ରୁମର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲା ବିଜେପି । ତେବେ ନିର୍ବାଚନରେ କେତେ ପ୍ରତିଶତ ମତ ହେଲା ତାର ତାଲିକା ପ୍ରିଜାଇଡିଂ ଅଫିସର ଦେଉନଥିବା ଅଭିଯୋଗ ଆଣିଛି ରାଜ୍ୟ ବିଜେପି ।

ତେବେ ଅଭିଯୋଗ ପରେ ଚିଠି କରିଥିଲେ ନିର୍ବାଚନ କମିଶନ । ତଥାପି ବହୁତ ଜାଗାରେ ସର୍ବମୋଟ ଭୋଟ ତାଲିକା ମିଳିନାହିଁ । ମାହାଙ୍ଗା ସହ ରାଜ୍ୟର ବହୁତ ବ୍ଲକରେ ୧ ଓ ୨ ନମ୍ବର ଜୋନ ଭୋଟକୁ ଗୋଟିଏ ଜାଗାରେ ରଖାଯାଇଛି ।

ଅନ୍ୟପଟେ ଗଣତି ବ୍ୟବଧାନରେ ହେରାଫେରି ପାଇଁ ଏହା ଏକ ଚାଲ । ସାଦା ପୋଷାକ ଧାରି ଷ୍ଟ୍ରଙ୍ଗ ରୁମ ଆଗରେ ସୁରକ୍ଷା କର୍ମୀ ନାଁରେ ବୁଲୁଛନ୍ତି । ମାତ୍ର ଏମାନେ କିଏ? ଗଣତି ପ୍ରକ୍ରିୟାର ସମ୍ପୂର୍ଣ୍ଣ ତଦାରଖ କରନ୍ତୁ ନିର୍ବାଚନ କମିଶନ ବୋଲି ବିଜେପି ଦାବି କରିଛି ।