ୟୁକ୍ରେନରେ ଫସିଛନ୍ତି ଓଡିଶା ଛାତ୍ରଛାତ୍ରୀ, ପିଲାଙ୍କ ସୁରକ୍ଷାକୁ ନେଇ ସରକାରଙ୍କୁ ନିବେଦନ କଲେ ପରିବାର

ନୂଆଦିଲ୍ଲୀ,ଏଜେନ୍ସି: ୟୁକ୍ରେନରେ ଫସିଛନ୍ତି ଓଡିଶା ଛାତ୍ରଛାତ୍ରୀ । ପିଲାଙ୍କ ସୁରକ୍ଷାକୁ ନେଇ ପରିବାର ଲୋକ ବ୍ୟାକୁଳ । ପିଲାଙ୍କୁ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ ।

ୟୁକ୍ରେନରେ ପାଠ ପଢିବାକୁ ଯାଇ ଓଡିଶାର ଅନେକ ଛାତ୍ରଛାତ୍ରୀ ସେଠାରେ ଫସି ରହିଛନ୍ତି । ୟୁକ୍ରେନରେ ଯୁଦ୍ଧ ଖବର ଶୁଣି ପରିବାର ଲୋକଙ୍କ ମନରେ ଏବେ ଛନକା ପଶିଛି । ୟୁକ୍ରେନ ଉପରେ ରୁଷ ଆକ୍ରମଣ ଖବର ଦେଖିବା ପରେ ବ୍ୟସ୍ତ ବିବ୍ରତ ହୋଇପଡିଛନ୍ତି ପରିବାର ।

ତେବେ ରୁଷର ଆକ୍ରମଣ ପରେ ୟୁକ୍ରେନ ଆକାଶ ପଥ ସିଲ ହୋଇଛି । ତେଣୁ ପିଲାଙ୍କ ଫେରିବାର ସମସ୍ୟା ସୃଶ୍ଟି ହୋଇଛି । ୟୁକ୍ରେନରେ ଏକ ମାସ ଜରୁରୀକାଳୀନ ପରିସ୍ଥିତି ବି ଘୋଷଣା ହୋଇଛି । ଗ୍ୟାସ ପାଇପ ଲାଇନ କଟି ଗଲାଣି । ଶୁଖିଲା ଖାଦ୍ୟ ପାଇଁ ସୁପର ମାର୍କେଟରେ ଭିଡ ମଧ୍ୟ ଜମୁଛି ।