ଟୋକନାଇଜେସନ୍ ଡେଡ୍‌ଲାଇନ୍ ବୃଦ୍ଧି କଲା ଆର୍‌ବିଆଇ

ନୂଆଦିଲ୍ଲୀ,ଏଜେନ୍ସି: ଡେବିଟ୍‌କାର୍ଡ ଓ କ୍ରେଡିଟ୍‌କାର୍ଡକୁ ଅଧିକ ସୁରକ୍ଷିତ କରିବାର ପ୍ରୟାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଆରମ୍ଭ କରିଥିବା କାର୍ଡ ଟୋକନାଇଜେସନ୍ ଅବଧିକୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା ୧, ଜାନୁଆରୀ ୨୦୨୨ ଠାରୁ ଲାଗୁ ହେବା ନେଇ ଆର୍‌ବିଆଇ ନିର୍ଦ୍ଦେଶନାମା ଜାରି କରିଥିଲା। ଏଣିକି ଏହି ବ୍ୟବସ୍ଥା ୩୦, ଜୁନ୍ ପରଠୁ ଲାଗୁ ହେବ।

ଯୋଜନା ଅନୁସାରେ ଗ୍ରାହକଙ୍କ କାର୍ଡର ତଥ୍ୟ ମର୍ଚ୍ଚାଣ୍ଟ୍ ନିକଟରେ ଉପଲବ୍‌ଧ ରହିବ ନାହିଁ। ପ୍ରତ୍ୟେକ ନେଣଦେଣ ସମୟରେ ଗ୍ରାହକଙ୍କୁ ନିଜ କାର୍ଡର ତଥ୍ୟ ଫିଡ୍ କରିବାକୁ ପଡ଼ିବ। ଗ୍ରାହକଙ୍କ କାର୍ଡର ତଥ୍ୟକୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ପେମେଣ୍ଟ ମର୍ଚ୍ଚାଣ୍ଟ୍‌ମାନେ ସୁରକ୍ଷିତ ରଖିପାରିବେ। ୧, ଜୁଲାଇ ପରଠାରୁ ଏହି ତଥ୍ୟ ହଟାଇବାକୁ ପଡ଼ିବ।