ଜିଏସ୍‌ଟି ଆକ୍ଟରେ ସୁଧାର: ସଂସଦୀୟ କମିଟି ପ୍ରସ୍ତାବକୁ ଗ୍ରହଣ କଲେ ସରକାର

ନୂଆଦିଲ୍ଲୀ,ଏଜେନ୍ସି: ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ଓ ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟର୍‌ଫେସ୍ (ୟୁପିଆଇ) ଆଦି ସାର୍ବଜନୀକ ମଞ୍ଚର ବିଭିନ୍ନ ଅଧିନିୟମରେ ଆବଶ୍ୟକୀୟ ପରିବର୍ତ୍ତନ କରିବା ପାଇଁ ସଂସଦୀୟ କମିଟି ଦେଇଥିବା ପ୍ରସ୍ତାବକୁ ସରକାର ଗ୍ରହଣ କରିଛନ୍ତି। ସମ୍ପ୍ରତି ଜିଏସ୍‌ଟି ନେଟ୍‌ୱାର୍କରେ ଉପଲବ୍‌ଧ ତଥ୍ୟକୁ ଅନ୍ୟ ମଞ୍ଚରେ ଉପଯୋଗ କରିବା ଉପରେ ନିଶେଧାଦେଶ ରହିଛି। ଏପରି ସାର୍ବଜନୀକ ବ୍ୟବସ୍ଥାରେ ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ ସରକାର ଆଗ୍ରହୀ ଅଛନ୍ତି ବୋଲି ସଂସଦର ଅର୍ଥ ବିଭାଗର ସଂସଦୀୟ କମିଟିର ଅଧ୍ୟକ୍ଷ ଜୟନ୍ତ ସିହ୍ନା ସୂଚନା ଦେଇଛନ୍ତି।

ନୂଆ ବ୍ୟବସ୍ଥାକୁ ସରକାର ଗ୍ରହଣ କଲେ କେନ୍ଦ୍ରୀୟ ଜିଏସ୍‌ଟି ଅଧିନିୟମ ବ୍ୟତୀତ ରାଜ୍ୟ ଜିଏସ୍‌ଟିରେ ମଧ୍ୟ ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ ପଡ଼ିବ। ଯାହା ଦ୍ୱାରା ଜିଏସ୍‌ଟି ନେଟ୍‌ୱାର୍କରେ ଅପ୍‌ଲୋଡ୍ ହୋଇଥିବା ରସିଦ୍ ଆପେ ଆପେ ଅନ୍ୟ ମଞ୍ଚକୁ ଚାଲିଯିବ। ସମ୍ପ୍ରତି ଜିଏସ୍‌ଟି ନେଟ୍‌ୱାର୍କ ଦେଶର ବାଣିଜ୍ୟିକ ମୂଳଦୁଆ ପାଲଟିଛି ବୋଲି ସେ କହିଛନ୍ତି।