ପିଏଫ୍ ଖାତାଧାରକଙ୍କୁ ମିଳିବ ୮.୫% ସୁଧ

ନୂଆଦିଲ୍ଲୀ,ଏଜେନ୍ସି: ଦୀପାବଳି ପୂର୍ବରୁ ସରକାର ଭବିଷ୍ୟନିଧି ପାଣ୍ଠି (ପିଏଫ୍‌) ଖାତାଧାରକଙ୍କୁ ଉପହାର ଦେଇଛନ୍ତି। ୨୦୨୦-୨୧ରେ ଭବିଷ୍ୟନିଧି ପାଣ୍ଠିରେ ୮.୫% ସୁଧ ଦେବାପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅନୁମୋଦନ କରିଛି। ଖୁବ୍ ଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଉଛି। ଫଳରେ ଆଗାମୀ ସମୟରେ କର୍ମଚାରୀ ଭବିଷ୍ୟନିଧି ସଂଗଠନର ୬ କୋଟିରୁ ଊର୍ଦ୍ଧ୍ୱ ସଦସ୍ୟଙ୍କ ଖାତାରେ ସୁଧ ଜମା ହେବ ବୋଲି ଜଣାପଡ଼ିଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ଦୀପାବଳୀ ଉପହାର ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ ପିଏଫ୍ ସଦସ୍ୟମାନଙ୍କ ଜମା ରାଶିରେ ସୁଧ ହାର ସମ୍ବନ୍ଧରେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ନିଷ୍ପତ୍ତିି ନେଇଥାଏ। ଇପିଏଫ୍‌ଓର କେନ୍ଦ୍ରୀୟ ବୋର୍ଡ ତଥା ଟ୍ରଷ୍ଟିର ପରାମର୍ଶ ଅନୁସାରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସୁଧ ହାରକୁ ଅନୁମୋଦନ କରିଥାଏ। ଚଳିତ ବର୍ଷ ଟ୍ରଷ୍ଟି ୮.୫% ସୁଧ ହାର ଦେବା ନେଇ ଅର୍ଥ ବିଭାଗକୁ ପରାମର୍ଶ ଦେଇଥିଲା ଯାହା ଅର୍ଥ ମନ୍ତ୍ରଣାଳୟ ଅନୁମୋଦନ କରିଛି। ଶ୍ରମ ମନ୍ତ୍ରଣାଳୟର ପ୍ରସ୍ତବିତ ସୁଧ ହାରକୁ କେନ୍ଦ୍ର ଅର୍ଥ ବିଭାଗ ଅନୁମୋଦନ କରିଥାଏ। ଅର୍ଥ ମନ୍ତ୍ରଣାଳୟ ବିଗତ ବର୍ଷରେ ଇପିଏଫ୍ ସୁଧ ହାର ନେଇ ପ୍ରଶ୍ନ ଉଠାଇଥିଲା। ଗତବର୍ଷ ଇପିଏଫ୍‌ଓ ପାଖାପାଖି ୭୦,୩୦୦ କୋଟି ଟଙ୍କା ଲାଭ କରିଥିଲା। ଲାଭ ଆଧାରରେ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଗାମୀ ୨୧ ବର୍ଷ ପାଇଁ ୮.୫% ସୁଧ ହାର ପାଇଁ ପରାମର୍ଶ ଦେଇଥିଲା। ଉଲ୍ଲେଖନୀୟ ଯେ ଗତ ମାର୍ଚ୍ଚରେ ସରକାର ଇପିଏଫ୍ ଜମାରେ ସୁଧ ହାର ୮.୬୫%ରୁ ୮.୫%କୁ ହ୍ରାସ କରିଥିଲେ।
୨୦୨୦-୨୧=୮.୫
୨୦୧୯-୨୦=୮.୫
୨୦୧୭-୧୮=୮.୬୫
୨୦୧୭-୧୮=୮.୫୫
୨୦୧୬-୧୭=୮.୬୫
୨୦୧୫-୧୬=୮.୮
୨୦୧୪-୧୫=୮.୭୫
୨୦୧୩-୧୪=୮.୭୫
୨୦୧୨-୧୩=୮.୫
୨୦୧୧-୧୨=୮.୨୫