ଦୈନିକ ୨୭ କୋଟି ଟଙ୍କା ଦାନ କରିଛନ୍ତି ଅଜୀମ୍ ପ୍ରେମ୍‌ଜୀ

ନୂଆଦିଲ୍ଲୀ,ଏଜେନ୍ସି: ଆଇଟି କମ୍ପାନୀ ୱିପ୍ରୋର ସଂସ୍ଥାପକ ଅଜୀମ୍ ପ୍ରେମ୍‌ଜୀ ଗତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୦-୨୧ରେ ମୋଟ ୯,୭୧୩ କୋଟି ଟଙ୍କା ଅର୍ଥାତ୍ ଦୈନିକ ପାଖାପାଖି ୨୭ କୋଟି ଟଙ୍କା ଦାନ କରିଛନ୍ତି। ଏହି କ୍ଷେତ୍ରରେ ସେ ଶୀର୍ଷ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ବାର୍ଷିକ ୧,୨୬୩ କୋଟି ଟଙ୍କା ଦାନ କରି ଶିଳ୍ପପତି ଶିବ ନାଦାର ଦ୍ୱିତୀୟ ସ୍ଥାନରେ ଓ ୫୭୭ କୋଟି ଟଙ୍କା ଦାନ କରି ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ତୃତୀୟ ସ୍ଥାନରେ ରହିଛନ୍ତି। କୁମାର ମଙ୍ଗଳମ୍ ବିର୍ଲା ୩୭୭ କୋଟି ଟଙ୍କା ସହିତ ୪ର୍ଥ ଓ ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ୍ ଆଦାନୀ ବାର୍ଷିକ ୧୮୩ କୋଟି ଟଙ୍କା ଦାନ କରି ୫ମ ସ୍ଥାନରେ ରହିଛନ୍ତି।