ପାର୍କ ଓ ସାମଗ୍ରୀ ପୁନଃରୁଦ୍ଧାର ସୁବିଧା କେନ୍ଦ୍ର ଉଦଘାଟିତ

କଟକ,ଏନ୍‌ଏନ୍‌ଏସ୍‌: ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ମହାନଗର ନିଗମର ୩୭ନଂ ୱାର୍ଡ଼ ଶଙ୍କରପୁରସ୍ଥିତ ନାକେଇ ପଡ଼ିଆରେ ‘ପାର୍କ ଓ ସାମଗ୍ରୀ ପୁନଃରୁଦ୍ଧାର ସୁବିଧା କେନ୍ଦ୍ର’ ସହରର ରୂପାନ୍ତରୀକରଣ ପ୍ରକଳ୍ପର ଉଦଘାଟନ କରାଯାଇଛି । ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୃଷି ଓ ମତ୍ସ୍ୟ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ମେୟର, ଡ଼େପୁଟି ମେୟର, ମହାନଗର କମିଶନର, ବିଭାଗୀୟ ଅଧିକାରୀ, ସ୍ଥାନୀୟ କର୍ପୋରେଟର, ପ୍ରତିନିଧି, ମୁରବୀ, ଜନସାଧାରଣ, ନେତୃବୃନ୍ଦ ଓ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ ।