ନଡ୍ଡା ଆସିବେ ଓଡ଼ିଶା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ବିଜେପି ସଭାପତି ଜେପି ନଡ୍ଡା ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଓଡ଼ିଶା ଆସିବେ । ନଡ୍ଡାଙ୍କ ବ୍ୟତୀତ ବିଜେପିର ୩ ପ୍ରମୁଖ ଚେହେରା ମଧ୍ୟ ଓଡ଼ିଶା ଆସିବାର ଯୋଜନା ରହିଛି । ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ମିଶନ ୨୦୨୪ ପାଇଁ ଓଡ଼ିଶା ବିଜେପିରେ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।