ବୈଦିକ ଜ୍ୟୋତିର ବିଜ୍ଞାନ ବିକାଶ ପରିଷଦର ସାଧାରଣ ପରିଷଦ ବୈଠକ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଆଶୀର୍ବାଦ ଭବନରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହାଇଯାଇଛି। ସଭାପତି ପଦ୍ମମୁଖ ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପରିଷଦର ସାଧାରଣ ନିର୍ବାଚନ କରାଯାଇଥିଲା । ଏଥିରେ ପଦ୍ମମୁଖ ଶତପଥୀ ସଭାପତି, ବିପିନ ବିହାରୀ ପାଣିଗ୍ରାହୀ ଉପସଭାପତି, ପୁରୁଷୋତ୍ତମ ଦାଶ ସମ୍ପାଦକ, ଆଶୁତୋଷ ପାଣିଗ୍ରାହୀ ସହସମ୍ପାଦକ, ଶରତ ଚନ୍ଦ୍ର ଶତପଥୀ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ଉପେଦେଷ୍ଟା ଭାବେ ପଣ୍ଡିତ ମଧୁସୂଦନ ମିଶ୍ର, ଅନ୍ତର୍ଜାମି ସାହୁ , ଲକ୍ଷ୍ମୀଧର ମାଝୀ, ହରିହର ସାହୁଙ୍କୁ ଚୟନ କରାଯାଇଛି । ଗଣପତି ପୂଜା କରାଯାଇ ସଭା ଆରମ୍ଭ କରଯାଇ ଥିଲା । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପଣ୍ଡିତ, ତାନ୍ତ୍ରିକ ଓ ବାସ୍ତବିତମାନେ ଯୋଗ ଦେଇଥିଲେ । ଶ୍ରୀ ଲକ୍ଷ୍ମୀଧର ମାଝୀଙ୍କ ଦ୍ୱାରା ଓଡ଼ିଆ ଅନୁବାଦ ହୋଇଥିବା ‘ଲଗ୍ନ ବାରାହୀ’ ନାମକ ପୁସ୍ତକକୁ ଉନ୍ମୋଚନ କରାଯାଇଥିଲା ।