ଏଣିକି ଆଧାରକାର୍ଡ ଏବଂ ପାନ୍‌କାର୍ଡ ନଦେଲେ ଦରମାରୁ କଟିବ ୨୦% ଟିକସ

ନୂଆଦିଲ୍ଲୀ,ଏଜେନ୍ସି: କର୍ମଚାରୀମାନେ ସେମାନଙ୍କ ଆଧାର ଏବଂ ପାନ୍ ନମ୍ବର ସେମାନଙ୍କ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାକୁ ନଦେଲେ ଏଣିକି ସଂପୃକ୍ତ ସଂସ୍ଥା କର୍ମଚାରୀମାନଙ୍କଦରମାରୁ ୨୦ ପ୍ରତିଶତ ହାରରେ ଟିକସ କାଟିନେବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ସଂପ୍ରତି ଲାଗୁ କରାଯାଇଥିବା ନୂତନ ନିୟମ ଅନୁଯାୟୀ ଯେଉଁ କର୍ମଚାରୀମାନଙ୍କ ବାର୍ଷିକ ଦରମା ୨.୫ ଲକ୍ଷ ଟଙ୍କା ମଧ୍ୟରେ ହୋଇଥିବ ସେମାନେ ତାଙ୍କର ନିଯୁକ୍ତକାରୀ ସଂସ୍ଥାକୁ ଆଧାର ନମ୍ବର ଏବଂ ପାନ୍‌କାର୍ଡ ନମ୍ବର ଦେବାକୁ ବାଧ୍ୟ ହେବେ। ନଚେତ୍ ଟିକସ ବାବଦରେ ସେମାନଙ୍କ ଦରମାରୁ ୨୦ ପ୍ରତିଶତ କାଟି ରଖାଯିବ।

ସିବିଡିଟି ପକ୍ଷରୁ ଚଳିତ ମାସ ୧୬ ତାରିଖରୁ ଲାଗୁ କରାଯାଇଥିବା ଏହି ନିୟମ ମାଧ୍ୟମରେ ୨.୫ ଲକ୍ଷ ଟଙ୍କା ଆୟ କରୁଥିବା କର୍ମଚାରୀଙ୍କ ଆୟ ଏବଂ ସେମାନଙ୍କ ଟିଡିଏସ୍(ଟ୍ୟାକ୍ସଡିଡକ୍ଟେଡ୍ ଆଟ୍ ସୋର୍ସ) ଉପରେ ନଜର ରଖାଯିବା ଉଦ୍ଦେଶ୍ୟରେ ଏହି ନୀତି ପ୍ରଣୟନ କରାଯାଇଥିବା କୁହାଯାଇଛି।