ଭାରତ ସହିତ ବେପାର ପାଇଁ ଆଗେଇଲା ପାକିସ୍ତାନ, ବ୍ୟାପାର ମନ୍ତ୍ରୀ ନିଯୁକ୍ତି ପାଇଁ ନିର୍ଦ୍ଦେଶ

ଇସଲାମାବାଦ,ଏଜେନ୍ସି: ପାକିସ୍ତାନ ଗତ କିଛି ଦିନ ହେବ ନିଜର ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାରେ ଦେଖାଯାଇଛି। ଏହି ମଧ୍ୟରେ ପାକିସ୍ତାନ ଭାରତ ସହିତ ବ୍ୟାପାର କରିବା ପାଇଁ ନିଷ୍ପତ୍ତି ନେଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରୀଫ୍‌ଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଭାରତ ସହିତ ବ୍ୟାପାର କରିବା ପାଇଁ ବ୍ୟାପାର ମନ୍ତ୍ରୀ ନିଯୁକ୍ତିକୁ ମଞ୍ଜୁରୀ ଦିଆଯାଇଛି।

ଭାରତ ପକ୍ଷରୁ ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଏହି ପଦବୀକୁ ପାକିସ୍ତାନ ହଟାଇ ଦେଇଥିଲା। ବର୍ତ୍ତମାନ ଭାରତ ସହିତ ସମ୍ପର୍କକୁ ସୁଦୃଢ କରିବାକୁ ପାକିସ୍ତାନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଏ ସମ୍ପର୍କରେ ଭାରତ ସରକାରଙ୍କ ତରଫରୁ କୌଣସି ପତିକ୍ରିୟା ମିଳିନାହିଁ।