ନୂଆଦିଲ୍ଲୀ: ଶ୍ରୀଲଙ୍କା ସ୍ଥିତି ଦିନକୁଦିନ ଅଧିକ ବିଗିଡ଼ିବାରେ ଲାଗିଛି । ଇତିମଧ୍ୟରେ ଉଗ୍ର ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ବଡ଼ ନିଷ୍ପତ୍ତି ନେଇଛି । ହିଂସା କରୁଥିବା ଲୋକଙ୍କ ବିରୋଧରେ ସୁଟ ଏଟ ସାଇଟ ଅର୍ଥାତ୍ ଦେଖିବା ମାତ୍ରକେ ଗୁଳି ମାରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଦେଶର ଭିନ୍ନ ଭିନ୍ନ ସହରରେ ହେଉଥିବା ରକ୍ତାକ୍ତ ସଂଘର୍ଷ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବିରୋଧରେ ଗତ କିଛି ସପ୍ତାହ ହେବ ପ୍ରଦର୍ଶନ ଜାରି ରହିଥିଲା । ଇତିମଧ୍ୟରେ ଦେଶରେ ହିଂସା ବଢ଼ିବାକୁ ଲାଗିଲା । ଫଳରେ ଜଣେ ସାଂସଦଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫୦ଜଣ ଆହତ ହୋଇଥିଲେ ।