ନୂଆଦିଲ୍ଲୀ: କଂଗ୍ରେସର ଚିନ୍ତନ ଶିବିର ମେ’ ୧୩ରୁ ୧୫ ମଧ୍ୟରେ ଉଦୟପୁରରେ ଅନୁଷ୍ଠିତ ହେବ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ସୁତ୍ର ମୁତାବକ, କଂଗ୍ରେସ ‘ଗୋଟିଏ ପରିବାର ଗୋଟିଏ ଟିକେଟ’ ନିୟମ ଆପଣାଇବ । ଏତଦବ୍ୟତୀତ ‘ଏକ ବ୍ୟକ୍ତି ଏକ ପଦ’ ନିୟମ ଉପରେ ମଧ୍ୟରେ ଗୁରୁତ୍ୱାରୋପ କରାଯିବ । କଂଗ୍ରେସ କମିଟିରେ ଦଳିତ, ଆଦିବାସୀ, ଅଳ୍ପସଂଖ୍ୟକ ଓ ମହିଳାକୁ ୫୦ ପ୍ରତିଶତ ଭାଗ ଦିଆଯିବା ସହ କଂଗ୍ରେସ କମିଟିର କାର୍ଯ୍ୟକାଳ ୩ ବର୍ଷ ନିର୍ଦ୍ଧାରଣ କରାଯାଇପାରେ ବୋଲି ସୂଚନା ମିଳିଛି । ଏନେଇ ଆଜି ଅନୁଷ୍ଠିତ ହୋଇଥିବା କଂଗ୍ରେସ ୱାର୍କିଂ କମିଟି ବୈଠକରେ ଚର୍ଚ୍ଚା ହୋଇଛି । ଉଦୟପୁରରେ ବ୍ୟାପକ ଚର୍ଚ୍ଚା ହେବା ପରେ ଏହି ପରିବର୍ତ୍ତନ ଉପରେ ମୋହର ଲାଗିପାରେ ।