ଆସିଲା ଅକ୍ଟୋବର-ନଭେମ୍ବର ପୂଜା ଗାଇଡଲାଇନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅକ୍ଟୋବର-ନଭେମ୍ବର ମାସର ପୂଜା ପାର୍ବଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଏହି ଗାଇଡଲାଇନ ଲକ୍ଷ୍ମୀ ପୂଜା, କାଳୀ ପୂଜା ଓ କାର୍ତ୍ତିକ ପୂର୍ଣ୍ଣମା ପାଇଁ ଲାଗୁ ହେବ। ବିଏମସି ଅଧୀନରେ ପୂଜା ପାଇଁ କମିଶନରେଟ ପୁଲିସର ଅନୁମତି ନେବାକୁ ପଡ଼ିବ। ମଣ୍ଡପରେ ପୂଜା ବେଳେ ଶ୍ରଦ୍ଧାଳୁଙ୍କ ଆସିବା ମନା। ଘର ଭିତରେ ପୂଜା କରିବା ଭଳି କେବଳ ରୀତିନୀତି ପାଳନ ହେବ। ମଣ୍ଡପର ୩ ପଟ ବନ୍ଦ ରହିବ ଓ ୪ର୍ଥ ପଟ ଆବରଣ ରହିବ। ଏଥିସହିତ ମୂର୍ତ୍ତି ଉଚ୍ଚତା ୪ ଫୁଟରୁ କମ୍ ରହିବ। ମଣ୍ଡପରେ ଏକସଙ୍ଗେ ୭ରୁ ଅଧିକ ଲୋକଙ୍କୁ ଯିବାକୁ ଦିଆଯିବନି। ମୂର୍ତ୍ତି ବିସର୍ଜନ ବେଳେ ସର୍ବାଧିକ ୧୦ଜଣ ଉପସ୍ଥିତ ରହିବେ। ଆଉ କାର୍ତ୍ତିକ ପୂର୍ଣ୍ଣିମା ଦିନ ବିନ୍ଦୁ ସାଗର ଓ ଅନ୍ୟାନ୍ୟ ନଦୀଘାଟରେ ଗହଳି କରିବାକୁ ବାରଣ କରାଯାଇଥିବା ଜଣାପଡ଼ିଛି।