ଆଦିତ୍ୟ ବିର୍ଲା ସନ୍ ଲାଇଫ୍ ଇନ୍‌ସ୍ୟୁରାନ୍ସର ନୂଆ ସେଭିଂ ପ୍ଲାନ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆଦିତ୍ୟ ବିର୍ଲା ସନ୍‌ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ନୂଆ ପିଢ଼ିର ସଞ୍ଚୟ ସମାଧାନ ଏବିଏସ୍‌ଏଲ୍‌ଆଇ ଆସ୍ୟୁର୍‌ଡ ସେଭିଂ ପ୍ଲାନ୍‌କୁ ଉନ୍ମୋଚନ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି। ଏହି ପଲିସି ମାଚ୍ୟୁରିଟି ବେଳେ ସମ୍ପୂର୍ଣ୍ଣ ଗ୍ୟାରେଣ୍ଟି ସୁବିଧା ପ୍ରଦାନ କରିବ ଏବଂ ଗ୍ରାହକଙ୍କୁ ଦୀର୍ଘମିଆଦୀ ଆର୍ଥିକ ସୁରକ୍ଷା ପ୍ରଦାନ କରିବ। ଏଥିରେ ସଞ୍ଚୟ ଓ ସୁରକ୍ଷା ସୁବିଧା ରହିଛି।

ନୂଆ ପିଢ଼ିର ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବିଏସ୍‌ଏଲ୍‌ଆଇ ଆସ୍ୟୁର୍‌ଡ ସେଭିଂ ପ୍ଲାନ୍ ପିଲାଙ୍କ ପାଠପଢ଼ା, ଅବସର ଯୋଜନା, ପରମ୍ପରା ଯୋଜନା ଆଦି ସମୟରେ ଅଭାବନୀୟ ସ୍ଥିତି ଓ ଅର୍ଥନୈତିକ ଅନିଶ୍ଚିତତାରୁ ସୁରକ୍ଷା ପ୍ରଦାନ କରିବ। ଗ୍ୟାରେଣ୍ଟି ଏକକାଳୀନ ସୁବିଧା ରାଶି ସହିତ ପଲିସିଧାରକମାନେ ସୃଷ୍ଟି ହୋଇଥିବା ଲୟାଲ୍‌ଟି ଲାଭ ପାଇବେ ଯାହା ସେମାନଙ୍କ ମୋଟ୍ ପାଇବାକୁ ଥିବା ରାଶିକୁ ବଢ଼ାଇବ। ଗ୍ରାହକମାନେ ବିଭିନ୍ନ ସୁରକ୍ଷା ଭିତ୍ତିକ ରାଇଡର୍ ଯଥା କ୍ରିଟିକାଲ୍ ଇଲ୍‌ନେସ୍ ରାଇଡର୍‌, ଦୁର୍ଘଟଣା ମୃତ୍ୟୁ ରାଇଡର୍ ଆଦିକୁ ଯୋଡ଼ିପାରିବେ।