ଟାଟା ଷ୍ଟିଲ୍‌ର ନୂଆମୁଣ୍ଡି ଆଇରନ୍ ମାଇନ୍‌କୁ ପଞ୍ଚତାରକା ରେଟିଂ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଟାଟା ଷ୍ଟିଲ୍‌ର ନୂଆମୁଣ୍ଡି ଆଇରନ୍ ମାଇନ୍‌କୁ ୨୦୧୭-୧୮, ୨୦୧୮-୧୯ ଓ ୨୦୧୯-୨୦ ଲଗାତାର ତିନି ବର୍ଷ ପାଇଁ ନିରନ୍ତର ବିକାଶ ନିମନ୍ତେ ପଞ୍ଚତାରକା ରେଟିଂ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଖଣି ଓ ଖଣିଜ ସମ୍ପର୍କିତ ପଞ୍ଚମ ଜାତୀୟ କନ୍‌କ୍ଲେଭ୍‌ରେ ଏହି ପୁରସ୍କାର ସମାରୋହ ଆୟୋଜନ କରାଯାଇଥିଲା। ଟାଟା ଷ୍ଟିଲ୍ ତରଫରୁ କମ୍ପନୀର ଉପସଭାପତି (କଞ୍ଚାମାଲ୍‌) ଡି ବି ସୁନ୍ଦର ରମଣ ଏହି ପୁରସ୍କାରକୁ ଭାରତ ସରକାରଙ୍କ କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଠାରୁ ଗ୍ରହଣ କରିଛନ୍ତି।

ପୁରସ୍କାର ଗ୍ରହଣ କରିବା ବେଳେ ଖୁସି ବ୍ୟକ୍ତ କରି ଡି ବି ସୁନ୍ଦର ରାମମ୍ କହିଛନ୍ତି ଯେ, “ଟାଟା ଷ୍ଟିଲ୍ ପାଇଁ ନିରନ୍ତରତା ନୂଆ ନୁହେଁ। ଏହା ଆମର ନୀତି ଓ ମୂଲ୍ୟବୋଧ ସହ ଜଡ଼ିତ ରହିଛି। ଏହି ପୁରସ୍କାର ହେଉଛି ଆମର ନିରନ୍ତର ଖଣି ବ୍ୟବସ୍ଥା ପ୍ରତି ମାନ୍ୟତା ଏବଂ ନିରନ୍ତର ବିକାଶ ପାଇଁ ଏହା ଆମର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବ।’’