ବାପାଙ୍କ ଅପରେସନ ପାଇଁ ପ୍ରଶାସନର ସହାୟତା ଲୋଡିଲେ ପୁଅ

ଯାଜପୁର,ଏନ୍‌ଏନ୍‌ଏସ୍‌: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକର ରୁଦ୍ରପୁର ଗ୍ରାମର ଜଣେ ବୃଦ୍ଧ ଦୀର୍ଘ ଦିନ ହେବ କିଡ଼ନୀ ଓ ହାର୍ଟ ଜନିତ ରୋଗରେ ପୀଡ଼ିତ ଅଛନ୍ତି । ରୁଦ୍ରପୁର ଗ୍ରାମର ଜତ୍ନାକର ମଲ୍ଲିକ ଦାରିଦ୍ର‌୍ୟ ସୀମାରେଖା ତଳେ ରହିଥିବା ବେଳେ ୬ ମାସ ପୂର୍ବରେ ସେ ତାଙ୍କର ଡାହାଣ ପାଶ୍ୱର୍ କିଡନୀ ଅପସାରଣ କରିସାରିଛନ୍ତି । ବର୍ତ୍ତମାନ ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ ଅପରେସନ ହିଁ ଏକମାତ୍ର ବିକଳ୍ପ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ହେଲେ ଅର୍ଥ ଅଭାବରୁ ସେ ତାଙ୍କ ଚିକିତ୍ସା କରାଇପାରୁ ନାହାନ୍ତି ।

ସେ ତାଙ୍କ ପରିବାରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ପରିବାରରେ ୪ ଜଣ ସଦସ୍ୟ ରହିଛନ୍ତି । ଫଳରେ ସେ ତାଙ୍କ ଚିକିତ୍ସା କରାଇବାରେ ଅସମର୍ଥ ହୋଇଛନ୍ତି । ପୁଅ ନୀଳମଣି ମଲ୍ଲିକ ବାପାଙ୍କ ଅପରେସନ ପାଇଁ ଆର୍ଥିକ ସହାୟତା ଲୋଡିଛନ୍ତି । ଏଥିସହ ଗଣମାଧ୍ୟମ ଜରିଆରେ ଜିଲ୍ଲାପାଳଙ୍କ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି । ଇଚ୍ଛୁକ ଥିବା ବ୍ୟକ୍ତି ଜତ୍ନାକରଙ୍କୁ ବ୍ୟାଙ୍‌କ ଆକାଉଣ୍ଟରେ ପଇସା ପଠାଇପାରିବେ । ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ନମ୍ବର- ୩୨୮୧୦୫୩୫୯୧୫ ଓ ଆଇଏଫଏସସି କୋଡ୍‌-ଏସବିଆଇଏନ୦୦୧୩୫୯୪ । ମୋବାଇଲ ନଂ-୯୩୪୮୮୭୪୮୧୪।