ରାଜଧାନୀରେ ଯୁବକଙ୍କୁ ବୀଭତ୍ସ ହତ୍ୟା, ସାମାନ୍ୟ ବଚସାରୁ ହତ୍ୟା କାଣ୍ଡ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାମାନ୍ୟ ବଚସାରୁ ରାଜଧାନୀ ଭୁବନେଶ୍ୱରରେ ହୋଇଛି ବୀଭତ୍ସ ହତ୍ୟାକାଣ୍ଡ। ଗତ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଖଣ୍ଡଗିରି ଥାନା ରଘୁନାଥ ନଗରରେ ସାମାନ୍ୟ ବଚସାରୁ ହୋଇଛି ଏହି ହତ୍ୟାକାଣ୍ଡ। ମୃତକ ଜଣକ ସେହି ଅଞ୍ଚଳର ସନାତନ ରାଉତ ବୋଲି ଜଣାପଡିଛି।

ଏହି ହତ୍ୟାକାଣ୍ଡରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ମୁଖ୍ୟ ଅଭିଯୁକ୍ତ ଏବେ ଫେରାର ଥିବା ସୂଚନା ମିଳିଛି। ସନା ରଘୁନାଥନଗରରେ ଚୋରା ମଦ ବିକ୍ରିର ବିରୋଧ କରୁଥିଲେ। ଏହି କାରଣରୁ ତାଙ୍କ ଉପରେ ଆକ୍ରୋଶ ରଖି ତାଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଥିବା ପୁଲିସକୁ ସୂଚନା ମିଳିଛି। ଘଟଣାକୁ ନେଇ ଖଣ୍ଡଗିରି ଥାନା ପୁଲିସ ଛାନଭିନ ଜାରି ରଖିଛି। ଏଥିସହ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳକୁ ଯାଇ ଯାଞ୍ଚ ଆରମ୍ଭ କରିଛି।