କାବୁଲ,ଏଜେନ୍ସି: ଆଫଗାନିସ୍ତାନର କାବୁଲରେ ପୁଣିଥରେ ରକେଟ ମାଡ। ବିସ୍ଫୋରଣରେ ଥରିଲା କାବୁଲ ମାଟି। ଆଜି ସକାଳୁ ପୁଣିଥରେ ରକେଟ ମାଡ ହୋଇଥିବା ସୂଚନା ମିଳିଛି। ସକାଳ ପ୍ରାୟ ୬ଟା ୪୦ ସମୟରେ କାବୁଲ ବିମାନବନ୍ଦର ନିକଟରେ ରକେଟ ହମଲା କରାଯାଇଛି। ପ୍ରାରମ୍ଭିକ ସୂଚନା ଏହି ରକେଟଗୁଡିକ ଗାଡିକୁ ଟାର୍ଗେଟ କରାଯାଇ ହମଲା କରଯାଇଥିଲା। ରକେଟ ମାଡ ଯୋଗୁଁ ବିଭିନ୍ନ ସ୍ଥାନରେ ଧୂଆଁ ବଢିବାରେ ଲାଗିଛି। ଅନେକ ସ୍ଥାନରେ ନିଆଁ ଲାଗିଯାଇଛି।
ପରିସ୍ଥିତି ଏପରି ହୋଇଛି ଯେ, ଅନେକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି। ଏହି ରକେଟ ମାଡ ପଛରେ କାହାର ହାତ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, କାବୁଲ ବିମାନବନ୍ଦର ନିକଟରେ ବିଶ୍ୱବିଦ୍ୟାଳୟ ପାର୍ଶ୍ୱରୁ ଏକ ଗାଡ ଉପରକୁ ରକେଟ ଫିଙ୍ଗି ଦିଆଯାଇଥିଲା। ରକେଟ ମାଡ ଯୋଗୁଁ କାବୁଲ ଏୟାର ଫିଲ୍ଡ ଡିଫେନ୍ସ ସିଷ୍ଟମ ଅଚଳ ହୋଇପଡିଛି।
ଗତକାଲି ମଧ୍ୟ ଏହପରି ଭାବେ ରେକଟ ମାଡ କରାଯଇଥିଲା। ଏବେ ପୁଣିଥରେ ୨୪ ଘଣ୍ଟା ନପୂରୁଣୁ ରକେଟ ହମାଲା କରାଯାଇଛି। ଫଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଅଗଷ୍ଟ ୩୧ ସୁଦ୍ଧା ଆମେରିକାର ସେନାକୁ କାବୁଲ ଛାଡିବାକୁ ପଡିବ। ଏହା ପୂର୍ବରୁ କାବୁଲ ବିମାନବନ୍ଦର ଏବଂ ଏହାର ଆଖପାଖ ଅଞ୍ଚଳ ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରାଯାଇଛି।