ସାଲିଆ ସାହି ପରିଦର୍ଶନ କଲେ ସାଂସଦ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସାଲିଆ ସାହି ବସ୍ତି ଉନ୍ନୟନ ସମିତିର ଆଗ୍ରହକ୍ରମେ ବସ୍ତି ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ଅବସରରେ ବସ୍ତି ଉଛେଦ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । କୌଣସି କାରଣ ବିନା ୫୦ ବର୍ଷରୁ ଅଧିକ ଦିନଧରି ବସ୍ତି ବାସିନ୍ଦାଙ୍କୁ କୌଣସି ଥଇଥାନ ନକରି ଉଛେଦ କରିବା ଆଦୌ ଠିକ ନୁହେଁ । ମାନବୀୟ ଆଧାରରେ ପ୍ରଥମେ ସଠିକ ଭାବେ ଥଇଥାନ ପରେ ବିସ୍ଥାପନ ହେବା ଆବଶ୍ୟକ ବୋଲି ସାଂସଦ କହିଛନ୍ତି ।