୪ ବରିଷ୍ଠ ଆଇପିଏସଙ୍କ ପଦୋନ୍ନତି

ଭୁବନେଶ୍ବର,ଏନ୍ଏନ୍ଏସ୍: ଡିଜିପି ପାହ୍ୟାକୁ ପଦୋନ୍ନତି ହେଲେ ୪ ଜଣ ବରିଷ୍ଠ ଆଇପିଏସ । ପଦୋନ୍ନତି ପାଇଥିବା ୪ ଆଇପିଏସଙ୍କ ମଧ୍ୟରୁ ୨ ଜଣ ରାଜ୍ୟରେ କାର୍ଯ୍ୟରତ ଥିବାବେଳେ ଅନ୍ୟ ଦୁଇ ଜଣ ଡେପୁଟେସନରେ ଅଛନ୍ତି । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନା ଅନୁସାରେ ୧୯୮୯ ବ୍ୟାଚର ୪ ଜଣ ଆଇପିଏସଙ୍କୁ ରାଜ୍ୟ ସରକାର ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ଆଇପିଏସ ପ୍ରାଣବନ୍ଧୁ ଆଚାର୍ଯ୍ୟ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ସେ ବର୍ତ୍ତମାନ ଓଡ଼ିଶା ପୁଲିସର ଓଏଚ୍‌ଆର୍‌ସିର ତଦନ୍ତ ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି । ସେହିପରି ସିଦ୍ଧାର୍ଥ ମହାଡୁ ନରୱେଣେ ମଧ୍ୟ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ବର୍ତ୍ତମାନ ସେ ଏଚ୍‌ପିଆର୍‌ସିରେ କାର୍ଯ୍ୟ କରୁଛନ୍ତି ।

ଅନ୍ୟପକ୍ଷରେ କେନ୍ଦ୍ରୀୟ ଡେପୁଟେସନରେ ଥିବା ଅମ୍ରିତ ମୋହନ ପ୍ରସାଦ ଓ ବି ରାଧିକାଙ୍କୁ ମଧ୍ୟ ଡ଼ିଜିପି ଭାବେ ପଦୋନ୍ନତି ଦିଆଯାଇଛି । ଅମ୍ରିତ ମୋହନ ପ୍ରସାଦ ଆଇଟିବିପି ଓ ବି ରାଧିକା ଏସ୍‌ଏସ୍‌ବିରେ କାର୍ଯ୍ୟରତ ଅଛନ୍ତି।