୨୦୦ କୋଟି ମନି ଲଣ୍ଡ୍ରିଂ ମାମଲାରେ ନୋରାଙ୍କୁ ଜେରା

ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖର ସହ ଜଡ଼ିତ ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କୁ ଆଜି ଦିଲ୍ଲୀ ପୁଲିସ ଜେରା କରିଛି । ପାଖାପାଖି ୫୦ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନୋରା କହିଛନ୍ତି ଯେ, ତାଙ୍କୁ ସୁକେଶଙ୍କ ଅପରାଧିକ ପୃଷ୍ଠଭୂମି ସମ୍ପର୍କରେ ଜଣାନଥିଲା । ଏଥିସହିତ ଉକ୍ତ ମାମଲାର ଆରୋପୀ ଜ୍ୟାକଲିନଙ୍କ ସହ ମଧ୍ୟ ତାଙ୍କର କୌଣସି ସମ୍ପର୍କ ନଥିଲା । ଏହି ସମୟରେ ନୋରା ଯାଞ୍ଚକର୍ତ୍ତାଙ୍କୁ ସହଯୋଗ କରିଥିବା ନେଇ ସୂଚନା ମିଳିଛି ।

ଜେରା ସମୟରେ ନୋରା ଆହୁରି କହିଛନ୍ତି ଯେ, ସୁକେଶଙ୍କ ପତ୍ନୀ ନେଲଆର୍ଟ ଫଙ୍କସନ ଲାଗି ତାଙ୍କ ସହ କଥା ହୋଇଥିଲେ ଏବଂ ପରେ ତାଙ୍କୁ ଲଗାତାର ଫୋନ କରିଥିଲେ । ସେ ସୁକେଶଙ୍କ ଦାଦା ପୁଅ ଓ ପିଏ ସହ କଥା ହୋଇଥିଲେ । ଆଉ ସୁକେଶଙ୍କ ସହ ବହୁତ କମ୍ କଥା ହୋଇଛନ୍ତି ।