କାଲିଠୁ ଅନଲାଇନରେ ମୋବାଇଲ, ଲ୍ୟାପଟପ୍ ବିକ୍ରି ଆରମ୍ଭ

ନୂଆଦିଲ୍ଲୀ: ଅନଲାଇନରେ ମୋବାଇଲ କିମ୍ବା ଅନ୍ୟ ଇଲେକଟ୍ରୋନିକ ଜିନିଷ କିଣିବାକୁ ଚାହୁଁଥିଲେ କାଲିଠୁ ଆଉ ଅପେକ୍ଷା କରିବାକୁ ପଡ଼ିବନି। କାରଣ କେନ୍ଦ୍ର ସରକାର ସମସ୍ତ ଇ-କମର୍ସ କମ୍ପାନୀଙ୍କୁ ମେ ୪ରୁ ଜିନିଷ ଡେଲଭରିର ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ ଏହି ସେବା କେବଳ ଗ୍ରୀନ୍ ଓ ଅରେଞ୍ଜ ଜୋନରେ ମିଳିପାରିବ। ଅର୍ଥାତ୍ ରେଡ ଜୋନ୍ରେ ମେ ୧୭ ପର୍ଯ୍ୟନ୍ତ ପୂର୍ବଭଳି ସମସ୍ତ ପ୍ରତିବନ୍ଧକ ଲାଗୁ ରହିବ।