କଟକରେ ପାର୍ବଣ ପାଇଁ ବୈଠକ

  • କଟକ: କଟକରେ ପାର୍ବଣ ଋତୁ ପାଇଁ ମହାନଗର ଶାନ୍ତି କମିଟି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରର ସବୁ ପୂଜା କମିଟି ସହ ବୈଠକ ପରେ ଦୁଇଟି କମିଟିର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶାନ୍ତି କମିଟି ସଭାପତି ଓ ପୂଜା କମିଟି ସମ୍ପାଦକଙ୍କ ପ୍ରତିକ୍ରିୟା। ସରକାର ପୁନର୍ବିଚାର କରି ନିଷ୍ପତ୍ତିରେ ପରିବର୍ତ୍ତନ କରନ୍ତୁ। ପୂର୍ବବର୍ଷ ଭଳି ମା’ଙ୍କ ମୂର୍ତ୍ତିର ଉଚ୍ଚତା ଅପରିବର୍ତ୍ତିତ ରଖାଯାଉ। ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନ ଦେବିଗଡ଼ାରେ ଭସାଣି ପାଇଁ ବ୍ୟବସ୍ଥା ହେଉ। ଭସାଣିରେ ବିଳମ୍ବ ହେଲେ ମଧ୍ୟ ଗୋଟିଏ ସ୍ଥାନରେ ଭସାଣି କରାଯାଉ। ବୈଠକରେ ହୋଇଥିବା ନିଷ୍ପତ୍ତି ସରକାରଙ୍କୁ ଜଣାଇବୁ ବୋଲି କହିଲେ ପ୍ରଭାତ ତ୍ରିପାଠୀ।