- ଭୁବନେଶ୍ୱର: ଓଡ଼ିଶା ପୌରପାଳିକା ନିୟମ ୧୯୯୪ ସଂଶୋଧନ ପାଇଁ ଡ୍ରାଫ୍ଟ ନୋଟିଫିକିଶେନ୍ ଜାରି ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ନୋଟିଫିକେଶନ୍ ପ୍ରକାଶ ପାଇଛି। ମାସେ ଭିତରେ ନଗର ଉନ୍ନୟନ ସଚିବଙ୍କ ନିକଟରେ ଅଭିଯୋଗ କରିହେବ। ପ୍ରସ୍ତାବିତ ସଂଶୋଧନରେ ଅଧ୍ୟକ୍ଷ, ମେୟରଙ୍କୁ ଲୋକେ ଭୋଟ୍ ଦେଇ ନିର୍ବାଚିତ କରିପାରିବେ। ପୂର୍ବରୁ କାଉନସିଲର, କର୍ପୋରେଟରମାନେ ମେୟରଙ୍କୁ ନିର୍ବାଚିତ କରୁଥିଲେ।