୧୧ ଜଣ ଓାର୍ଡ ମେମ୍ବର ଦେଲେ ଭୋଟ, ସରପଂଚ ଆଣିଲେ ହାଇକୋର୍ଟଙ୍କ ରିହାତିଦେଶ

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ଅନ୍ତର୍ଗତ ବୁଢାପାଳ ଗ୍ରାମ ପଂଚାୟତର ସରପଂଚ ପଲ୍ଲିଶ୍ରୀ ବେହେରା ନାମରେ ଆଜି ଅନସ୍ଥା ଭୋଟ ଥିବା ବେଳେ ଆଜି ନାଏବ ସରପଂଚ ପ୍ରଦୀପ କୁମାର ସାହୁ ସମେତ ୧୧ ଜଣ ଓାର୍ଡ ମେମ୍ବର ନିର୍ଦ୍ଧାରିତ ସମୟ ଭିତରେ ଭୋଟ ଦେଇଥିଲେ ।ପ୍ରକାଶ ଥାଉକି ନାଏବ ସରପଂଚ ପ୍ରଦୀପ କୁମାର ସାହୁ ସରପଂଚ ସରପଂଚଙ୍କ ବିରୋଧରେ ଅନସ୍ଥା ଆଣିଥିଲେ।

ସରପଂଚଙ୍କ ନାମରେ ଆଜି ଅନସ୍ଥା ଭୋଟିଂ ଥିବା ବେଳେ ସରପଂଚ ହାଇକୋର୍ଟରେ ରିହାତିଦେଶ ଆଣି ନିର୍ବାଚନ ଅଧିକାରୀଙ୍କୁ ଆଣି ଦେବା ପରେ ବୁଢାପାଳ ପଂଚାୟତ ପରିସର ମଧ୍ୟରେ ଭୋଟ ଗଣନା ହୋଇ ନପାରି ଭୋଟିଂ ବାକ୍ସ ସିଲ ରହିଲା ବୋଲି ନିର୍ବାଚନ ଅଧିକାରୀ ପରିପ୍ରକାଶ କରିଅଛନ୍ତି। ସହକାରୀ ଜିଲ୍ଲାପାଳ ନିର୍ମାଲ୍ୟ କୁମାର କର, ଏସ.ଡି.ପି.ଓ କିଶୋର ନାୟକ, ରିଆମାଳ ତହସିଲଦାର ବିମଳା ବିରୁଲି, ଜି.ପି.ଓ ରଣଜିତ କୁମାର ଟୁଡୁ, ନିର୍ବାଚନ ଅଧିକାରୀ ଭାବେ ଯୋଗ ଦେଇଥିଲେ।

କିଛି ହୀନ ଚକ୍ରାନ୍ତକାରୀ ବ୍ୟକ୍ତିଙ୍କ ଖେଳ ଖତମ ହେବା ସହିତ ସତ୍ୟର ଜୟ ହୋଇଅଛି ବୋଲି ସରପଂଚ ପଲ୍ଲିଶ୍ରୀ ବେହେରା ପରିପ୍ରକାଶ କରିଅଛନ୍ତି।