ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଏମସି ଭବାନୀ ମଲସ୍ଥିତ ଆଇନକ୍ସରେ ଓଡ଼ିଆ ଚଳଚ୍ଚିତ୍ର ‘କୁରୁକ୍ଷେତ୍ର’ର ସ୍କ୍ରିନିଙ୍ଗ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଫିଲ୍ମର ସମସ୍ତ କଳାକାର ଓ ଟେକନିସିଆନ ସାମିଲ ହୋଇଥିଲେ । ଫିଲ୍ମଟି ଫେବୃଆରୀ ୧୩ ତାରିଖ ରବିବାର ସଂଧ୍ୟା ୬ଟାରେ ୱାର୍ଲ୍ଡ ଟିଭି ପ୍ରିମିୟର ଭାବରେ ଓଡ଼ିଆ ଟିଭି ଚ୍ୟାନେଲ ଜୀ ସାର୍ଥକରେ ପ୍ରସାରିତ ହେବ ।