ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ବାନ୍ଦୀପୋରାରେ ସୁରକ୍ଷାବଳର ଗାଡ଼ି ଉପରେ ଆତଙ୍କବାଦୀମାନେ ଗ୍ରେନେଡ ପକାଇ ଆକ୍ରମଣ କରିଛନ୍ତି । ଫଳରେ ୫ଜଣ ଯବାନ ଗୁରୁତର ହୋଇଛନ୍ତି । ସୁତ୍ର ମୁତାବକ, ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବାବେଳେ ଜଣେ ଯବାନଙ୍କ ସ୍ଥିତି ଗମ୍ଭୀର ରହିଛି । ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ପୁରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ।